ଜମି ବିବାଦରୁ ନାରକୀୟ କାଣ୍ଡ :ମହିଳାଙ୍କ ଗଳାକାଟି ହତ୍ୟା

Get real time updates directly on you device, subscribe now.

ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ମାଢେକେଲା ପଞ୍ଚାୟତ ଭୁଅାଁପଡ଼ା ଗ୍ରାମରେ ବୁଧବାର ଜମି ବିବାଦ ଓ ପୂର୍ବ ଶତ୍ରୁତାରୁ ଜଣେ ମହିଳାଙ୍କୁ ତାଙ୍କ ପରିବାରର ଜଣେ ଯୁବକ ଗଳାକାଟି ବିଭତ୍ସ ଭାବେ ହତ୍ୟା କରିଛି । ମୃତ ମହିଳା ଜଣକ ହେଲେ ସୀମାଞ୍ଜଳି ମାଝି(୪୦) । ମହିଳାଙ୍କୁ ହତ୍ୟା ସନେ୍ଦହରେ ଭୂଅାଁପଡ଼ାର ବିଦୁଭୂଷଣ ମାଝିଙ୍କୁ ତୁଷୁରା ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି । ବଲାଙ୍ଗିରରୁ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ଭୂଅାଁପଡ଼ାର ସୀମାଞ୍ଜଳି ଏବଂ ବିଦୁଭୂଷଣଙ୍କ ପରିବାର ମଧ୍ୟରେ ଦୀର୍ଘବର୍ଷ ହେଲା ଜମିଜମା ପାଇଁ ବିବାଦ ଲାଗି ରହିଥିଲା । ଦୁଇ ପରିବାର ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ହେବା ସହ ଏକାଧିକ ବାର ଥାନାର ଦ୍ୱାରସ୍ଥ ହୋଇଥିଲେ । ସୀମାଞ୍ଜଳି ବରଗଡ଼ ସହରର ବାସିନ୍ଦା ହୋଇଥିବାବେଳେ ଭୂଅାଁପଡ଼ାର ଧନବର ମାଝିଙ୍କୁ ପ୍ରେମ ବିବାହ କରିଥିଲେ । ଏଣୁ ଧନବରର ପରିବାର ଲୋକେ ବାରଣ କରିବାରୁ ଗାଁରେ ନ ରହି ବହୁଦିନ ହେଲା ସ୍ୱାମୀ, ସ୍ତ୍ରୀ ବରଗଡ଼ରେ ରହି ଆସୁଥିଲେ । ଥାନାରେ ଅଟକ ଥିବା ବିଦୁଭୂଷଣଙ୍କ ପିଉସୀ ପୁଅ ହେଉଛନ୍ତି ଧନବର ମାଝି । ମା’, ବାପାଙ୍କ ମୃତୁ୍ୟ ପରେ ଧନବର ଗାଁରେ ଥିବା ତାଙ୍କ ପୈତୃକ ଜମିକୁ ଅକ୍ତିଆର କରିଥିଲେ । ତେବେ ଧନବର ଅକ୍ତିଆର କରିଥିବା ଜମିଟି ବିଦୁଭୂଷଣଙ୍କ ପରିବାର ଲୋକେ ତାଙ୍କର ବୋଲି ଦାବି କରି ଆସୁଥିଲେ । ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହୁଥିଲା । ଆଜି ସୀମାଞ୍ଜଳି ଗାଁ ମୁଣ୍ଡରେ ଥିବା ଉକ୍ତ ବିବାଦୀୟ ଜମିରେ ଘର ନିମାର୍ଣ କରିବା ପାଇଁ ସାମଗ୍ରୀ ନିମନ୍ତେ ଟଙ୍କା ଦେବାକୁ ଆସିଥିଲେ । କିନ୍ତୁ ବିଦୁଭୂଷଣଙ୍କ ପରିବାର ଉକ୍ତ ବିବାଦୀୟ ସ୍ଥାନରେ ଘର ନିମାର୍ଣ କରିବା ପାଇଁ ସୀମାଞ୍ଜଳିଙ୍କୁ ବାରଣ କରିଥିଲେ । ତେବେ ସୀମାଞ୍ଜଳି ଉକ୍ତ ସ୍ଥାନରେ ହିଁ ବାଲି ପକାଇ ଘର ନିମାର୍ଣ କରିବାକୁ ଜିଦ୍ ଧରିଥିଲା । ଏଥିରେ ତାଙ୍କ ପରିବାରର ଜଣେ ଯୁବକ ଉତ୍କ୍ଷିପ୍ତ ହୋଇ ସୀମାଞ୍ଜଳିଙ୍କୁ ଆକ୍ରମଣ କରିଥିଲେ । ଏକ କଟୁରୀରେ ସୀମାଞ୍ଜଳିଙ୍କ ଗଳାକାଟି ଦେବାରୁ ସୀମାଞ୍ଜଳିଙ୍କ ମୃତୁ୍ୟ ହୋଇଥିଲା । ତୁଷୁରା ପୁଲିସ ଖବର ପାଇବା ପରେ ଥାନାଧିକାରୀ ସଂଜୀବ ପ୍ରଧାନ ସଦଳବଳେ ପହଞ୍ଚିଥିଲେ । ସୀମାଞ୍ଜଳିଙ୍କୁ ମାଢେ଼କେଲାର ପୂର୍ବତନ ସରପଞ୍ଚ ଶଶୀଭୂଷଣ ମାଝି ଓ ତାଙ୍କ ଭାଇ ବିଦୁଭୂଷଣ ସମେତ ୬ ଜଣ ମିଶି ହତ୍ୟା କରିଥିବା ମୃତକଙ୍କ ସ୍ୱାମୀ ଧନବର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ବିଦୁଭୂଷଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons