ବିଧାୟକଙ୍କ କୁଶ ପୁତ୍ତଳିକା ଦାହ

Get real time updates directly on you device, subscribe now.

ଚନ୍ଦାହାଣ୍ଡିି,(ଗଗନ ଗନ୍ତାୟତଙ୍କଠାରୁ): ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା ମାମଲାରେ ବିଧାୟକ ଶ୍ରୀ ମାଝୀଙ୍କୁ ଅବିଳମ୍ବେ ଦଳରୁ ବହିଷ୍କାର କରିବା ସହ ତୁରନ୍ତ ଗିରଫ କରିବାକୁ ଚନ୍ଦାହାଣ୍ଡି ବ୍ଲକ ବିଜେପି ଦାବି କରିଛି ।
ଏହି ଅବସରରେ କଂଗ୍ରେସ କାର୍ଯ୍ୟାଳୟରୁ ମାଲଗାଁ ମଣ୍ଡଳ ସଭାପତି ଡମ୍ବରୁ ମାଝୀଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ୍ ଦେଇ ଥାନା ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ବିକ୍ଷୋଭ କରିବା ପରେ ସ୍ଥାନୀୟ ଚାରି ଛକକୁ ଆସି ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏହି ଅବସରରେ ଦଳୀୟ ନେତାମାନେ ଦେବଗଡ଼ ବିଧାୟକ ଓ ଝରିଗାଁ ବିଧାୟକଙ୍କ ପାଇଁ କ’ଣ ଅଲଗା ଆଇନ ଅଛି କି ବୋଲି ପ୍ରଶ୍ନ କରିଥିଲେ । ଦେବଗଡ଼ ବିଧାୟକ ପ୍ରଥମେ ସ୍ଥାନୀୟ ବିଡିଓଙ୍କ ବିରୋଧରେ ଏତଲା ଦେଇଥିଲେ ବି ବିଡିଓଙ୍କୁ ଗିରଫ କରାଗଲାନାହିଁ । କିନ୍ତୁ ବିଡିଓ ଏତଲା ଦେବାମାତ୍ରେ କାହିଁକି ଦେବଗଡ଼ ବିଧାୟକଙ୍କୁ ପୁଲିସ୍ ତୁରନ୍ତ ଗିରଫ କଲା ବାଲି ପ୍ରଶ୍ନ କରିଥିଲେ । ଯଦି ପୁଲିସ ଝରିଗାଁ ବିଧାୟକଙ୍କୁ ଏହି ମାମଲାରେ ଗିରଫ ନ କରେ ତେବେ ବିଜେପି ବାଧ୍ୟ ହୋଇ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି । ଏହି ବିକ୍ଷୋଭରେ ରାୟଗଡ଼ା ଜିଲ୍ଲା ପ୍ରଭାରୀ ଗୋବିନ୍ଦ କୁମାର ଜୈନ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ୟାମସୁନ୍ଦର ମାଝୀ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଅକାଳୁ ଜାଲି, ଦିଲ୍ଲୀପ ଦାସ, ଭରତ ବାଘ, ମହେନ୍ଦ୍ର ନାୟକ, ଚନ୍ଦାହାଣ୍ଡି ସମିତି ସଭ୍ୟ ପୌରୁଷ ମାଝୀ, ବିଜେପି ନେତା ଲଚିନ ବାଘ, ଭୋଦେବ ବାଘ, ମୁରଲୀ ପୋଡ଼, ପ୍ରଭାତ ସୁନା, ମାନସିଂ ଚୌହାନ, ଭୁବନେଶ୍ୱର ସାଗର ପ୍ରମୁଖ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons