ବିଧାୟକଙ୍କ ବିରୋଧରେ ଯୌନ ନିର୍ଯାତନା ପ୍ରସଙ୍ଗ:ଦାଗ ଲିଭାଇବାକୁ ଅଣ୍ଟାଭିଡ଼ିଲା ମହିଳା ବିଜେଡି

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ଝରିଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ ପରେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଦାବି କରି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସ୍ୱର ତୀବ୍ର ହେବାରେ ଲାଗିଛି । କିନ୍ତୁ ମହିଳା ବିଜେଡି ବିଧାୟକଙ୍କ ସମର୍ଥନରେ ବାହାରିଛି ।
ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝୀ ଏକ ସମ୍ବାଦିକ ସମ୍ମିଳନୀ ଡାକି ବିଧାୟକ ଶ୍ରୀ ମାଝୀଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି । ସେ କହିଛନ୍ତି, ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ । ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ବିଜେପି ଓ କଂଗ୍ରେସ ରାଜନୀତି କରୁଛନ୍ତି । ବିଧାୟକ ଶ୍ରୀ ମାଝୀଙ୍କ ପରିବାର ୩୦ ବର୍ଷ ଧରି ରାଜନୀତି କରୁଛନ୍ତି । ତାଙ୍କ ବାପା ତଥା ସ୍ୱର୍ଗତ ମନ୍ତ୍ରୀ ଯାଦବ ମାଝୀ ପରିବାର ଏକ ନିଷ୍କଳଙ୍କ ପରିବାର । ସେମାନଙ୍କ ରାଜନୀତି ଜୀବନରେ କେବେବି ଦାଗ ଲାଗିନି । ପ୍ରକାଶ ମାଝୀ ଦୋଷୀ ସାବ୍ୟସ୍ତ ନହେଉଣୁ ଭିତ୍ତିହୀନ ଅଭିଯୋଗକୁ ନେଇ ତାଙ୍କ ବ୍ୟକ୍ତିଗତ ଚରିତ୍ରକୁ ଆକ୍ଷେପ କରି ବିରୋଧୀ ହୀନ ରାଜନୀତି କରୁଛନ୍ତି । ମୁଖ୍ୟମନ୍ତ୍ରୀ କାହାକୁ କ୍ଷମା ଦେଇନାହାନ୍ତି । ଯଦି ପ୍ରକାଶ ମାଝୀ ପ୍ରକୃତରେ ଦୋଷୀ, ଆଇନ ଅନୁଯାୟୀ ଦଣ୍ଡ ମିଳିବ ।
ତେବେ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ବିରୋଧୀ ବିଜେପି ଓ କଂଗ୍ରେସ କାହିଁକି ରାଜନୀତି କରିବେ ବୋଲି ପ୍ରଶ୍ନ କରାଯିବାରୁ ମଞ୍ଜୁଳା କହିଛନ୍ତି, ଜିଲ୍ଲାକୁ ମନ୍ତ୍ରୀଶୂନ୍ୟ କରିବାକୁ କଂଗ୍ରେସ ଓ ବିଜେପିର ଏହା ଏକ ଚାଲ୍ । ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ ନେଇ ନିଜ ଦଳର ନେତାଙ୍କୁ ମଧ୍ୟ କେବେ ବରଦାସ୍ତ କରିନାହାଁନ୍ତି । ଆଗାମୀ ଦିନରେ ପୂରାଘଟଣା ଉପରୁ ପରଦା ହଟିଯିବ । ଏହି ପ୍ରସଙ୍ଗରେ ବିଧାୟକ ଶ୍ରୀ ମାଝୀ ଗଣମାଧ୍ୟମକୁ କୌଣସି ସ୍ପଷ୍ଟୀକରଣ ନଦେବା କାରଣ ସଂପର୍କରେ ପଚରାଯିବାରୁ ସେ କହିଛନ୍ତି, ବିଧାୟକ ଏବେ ଭୁବନେଶ୍ୱର ଗସ୍ତରେ ଅଛନ୍ତି । ଫେରିବା ପରେ ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେବେ । ସାମ୍ବାଦିକ ସମ୍ମିଳନୀରେ ପୌର ଉପାଧ୍ୟକ୍ଷା ସୌମ୍ୟା ମହାପାତ୍ର, ରଞ୍ଜିତା ପଣ୍ଡା, ଏମ. ରାଜେଶ୍ୱରୀ, ପି. ଉଷାରାଣୀ, ଗୀତାଞ୍ଜଳି ଯାଦବ ପ୍ରମୁଖ କାଉସିଲ୍ର ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons