ଏସସିବି କାଜୁଆଲଟିରେ ମୃତଦେହ ପଡ଼ିରହିବା ଘଟଣା:ସମୀକ୍ଷା କଲେ ମେୟର, ବିଧାୟକ

Get real time updates directly on you device, subscribe now.

କଟକ, (ବି.ବି.ଆ.ପ୍ର): ଗୋଟିଏ ସାଲାଇନ୍ ଷ୍ଟାଣ୍ଡରେ ୪ ରୁ ୫ଜଣ ରୋଗୀଙ୍କ ସାଲାଇନ୍ ଝୁଲୁଛି । ମୋ ଆଖିରେ ମୁଁ ନିଜେ ଦେଖି ଆସିଲି । ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଭଳି ଦୃଶ୍ୟ ଆଉ ଯେମିତି ଦେଖିବାକୁ ନ ମିଳେ । କାଜୁଆଲଟିରେ ନର୍ସ ସଂଖ୍ୟା ବଢାନ୍ତୁ । କ’ଣ ସବୁ ଅସୁବିଧା ଅଛି ଜଣାନ୍ତୁ । ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ଅଗ୍ରାଧିକାର ଦେଉଥିବା ବେଳେ ଏଠାରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବନି । ଏସ୍ସିବି କର୍ତ୍ତୃପକ୍ଷଙ୍କୁ ଆଜି ଏହିଭଳି ତାଗିଦ୍ ଭରା ଢଙ୍ଗରେ କହିଛନ୍ତି ସିଏମ୍ସି ମେୟର ସୁବାସ ସିଂହ ।
ରବିବାର ସକାଳୁ ମେୟର ଶ୍ରୀ ସିଂ ହଠାତ୍ ଏସ୍ସିବି ମେଡିକାଲର କାଜୁଆଲଟିରେ ପହଞ୍ଚିଥିଲେ । ଗତକାଲି (ଶନିବାର) ଏକ ମୃତଦେହ କାଜୁଆଲଟିରେ ଦୀର୍ଘ ସମୟ ପଡି ରହିବାକୁ ନେଇ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଆଜି ମେୟର ଶ୍ରୀ ସିଂ କାଜୁଆଲଟିକୁ ଯାଇ ସେଠାକାର ସ୍ଥିତି ସମୀକ୍ଷା କରିଥିଲେ । ମେୟର ଆସିଥିବା ଖବର ପାଇ ମେଡିକାଲ ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, କୁଳସଚିବ (ପ୍ରଶାସନ) ଅବିନାଶ ରାଉତ ଓ ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ପ୍ରମୁଖ କାଜୁଆଲଟିରେ ପହଞ୍ଚିଥିଲେ । କାଜୁଆଲଟିରେ କୌଣସି ମୃତଦେହ ୨୦ ମିନିଟରୁ ଅଧିକ ସମୟ ପଡି ରହିବ ନାହିଁ । ଶନିବାର କାଜୁଆଲଟିରେ ମୃତଦେହ ପଡି ରହିବା ଘଟଣାର ତଦନ୍ତ କରାଯିବ । ଯିଏ ବି ଦାୟୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଶ୍ରୀ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହାପରେ ମେୟର ଶ୍ରୀ ସିଂହ ଓ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ମେଡିକାଲ ଅଧୀକ୍ଷକଙ୍କ ଚ୍ୟାମ୍ବରରେ ଉପରୋକ୍ତ ପ୍ରସଙ୍ଗକୁ ନେଇ ଏକ ସମୀକ୍ଷା କରିଥିଲେ । ବୈଠକରେ କାଜୁଆଲଟିରେ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ କରାଯିବା ସହିତ ମେଡିକାଲରେ କାର୍ଯ୍ୟରତ ଘରୋଇ ସଂସ୍ଥାଗୁଡିକର କାର୍ଯ୍ୟଧାରା ଉପରେ କଡା ନଜର ରଖିବାକୁ ମେୟର ଓ ବିଧାୟକ ଅଧୀକ୍ଷକଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ବେଡ୍ ଉପରେ ରୋଗୀ ବେଡ୍ ତଳେ ମୃତଦେହ । ଏସ୍ସିବି କାଜୁଆଲଟିରେ ଏହିଭଳି ଦୃଶ୍ୟ ଶୁକ୍ରବାର ଅପରାହ୍ନରୁ ଶନିବାର ଦିନ ତମାମ ଦେଖିବାକୁ ମିଳିଥିଲା । ଭଦ୍ରକ ଅଞ୍ଚଳରୁ ଆସିଥିବା ଜଣେ ରୋଗୀଙ୍କ ମୃତୁ୍ୟ ଘଟିବା ପରେ ତାଙ୍କ ପରିବାର ମୃତଦେହ ଛାଡି ପଳାଇଥିଲେ । ମାତ୍ର ମୃତଦେହକୁ କାଜୁଆଲଟି ପକ୍ଷରୁ ଉଠାଯାଇନଥିଲା । ଡାକ୍ତର ଓ କର୍ମଚାରୀମାନେ ବାରମ୍ବାର ସେହି ବାଟ ଦେଇ ଯାଉଥିଲେ ମଧ୍ୟ ଏହି ଦୃଶ୍ୟପ୍ରତି ସେମାନଙ୍କ ନଜର ନଥିଲା । ଏହାକୁ ନେଇ ଅନ୍ୟ ରୋଗୀ ସମ୍ପର୍କୀୟମାନେ ହୋହାଲ୍ଲା କରିଥିଲେ । ଫଳରେ କାଜୁଆଲଟିରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ତେବେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିନି । ପୂର୍ବରୁ ଅନେକଥର ଏହିଭଳି ଘଟଣା ଘଟିଛି ଓ ଏହାକୁ ନେଇ ମାନବାଧିକାର କମିସନରେ ବହୁବାର ଅଭିଯୋଗ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons