ହାଇଲେବୁଲ୍ କେନାଲରେ ଗାଧୋଉଥିଲେ ଯୁବକ, ପାଣିରେ ବୁଡି ଜୀବନ ଗଲା

Get real time updates directly on you device, subscribe now.

ଚଣ୍ଡିଖୋଲ: ବଡଚଣା ଥାନା ଧାନମଣ୍ଡଳ ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଶବର ସାହିରେ ଅଘଟଣ । ଉକ୍ତ ଗ୍ରାମର କଣ୍ଡୁରୀ ଦେହୁରୀଙ୍କ ପୁଅ ଚତୁରା ଦେହୁରୀ (୩୦)ଙ୍କର ହାଇଲେବୁଲ୍ କେନାଲରେ ଗାଧୋଇଲା ବେଳେ ପାଣିରେ ବୁଡି ମୃତ୍ୟୁ ହେଇଛି । ସେ ରାଜ୍ୟ ପନ୍ୟାଗାର ନିଗମରେ ଶ୍ରମିକ ଭାବେ କାମ କରୁଥିଲେ । ଶ୍ରମିକ କାମ ସାରି ଗାଧେଇ ଯାଇଥିବା ବେଳେ କୈଣସି କାରଣରୁ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ଚତୁରାଙ୍କର ତିନୋଟି ପିଲା ଥିବାବେଳେ ଘରେ ବିଧବା ମା ଅଛନ୍ତି । ଚତୁରା କେବଳ ଘରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ବଡଚଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଛେଦ ପାଇଁ ପଠାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons