ଅପହରଣ, ରେନସମ ଆଉ ହତ୍ୟା ଘଟଣାରେ ଉପଜିଲ୍ଲାପାଳକୁ ଦାବିପତ୍ର

Get real time updates directly on you device, subscribe now.

ବଲାଙ୍ଗୀରରୁ ଗୁପ୍ତେଶ୍ୱର ପୃଷ୍ଟି : ପ୍ରଥମେ ଅପହରଣ, ପରେ ୧୦ ଲକ୍ଷ ଟଙ୍କା ରେନସମ ଆଉ ତା ପରେ ହତ୍ୟା ଘଟଣା କୁ ଆଜି ପ୍ରାୟ ୨୪ ଦିନ ବିତିଯାଇଛି। ଗତ ୨୭ ଏପ୍ରିଲ ରେ ୧୪ ବର୍ଷ ଶିଶୁ ମୋହନ କୁମାର ର ଗଳିତ ତୁଲାନ ଗାଁ ନିକଟ ରୁ ଏକ ନିର୍ମାଣଧିନ ଘର ନିକଟ ରେ ଥିବା ଏକ ଗାତ ଋ ଉଦ୍ଧାର ହୋଇଥିଲା। ଗତ ୨୩ ଏପ୍ରିଲ ଶନିବାର ଦିନେ ଶିଶୁ ମୋହନ କୁମାର ନିଖୋଜ ହୋଇଥିଲା। ଅଭିଯୋଗ ମୁତାବକ ଟ୍ୟୁସନ୍ ପଢିବାକୁ ଯାଇ ଥିଲା ହେଲେ ଅଧା ରାସ୍ତା ରୁ ହି ମୋହନ ର ଅପହରଣ ହୋଇଥିଲା। ତାଙ୍କର ପରିବାର ର ଜଣେ ସଂପର୍କୀୟ ସୁମିତ କୁମାର ବିଭାର ଉରଫ ସୁମିତ ବିହାରୀ ମୋହନ କୁ ଅପହରଣ କରି ହତ୍ୟା କରିଥିଲା। ପୁଲିସ ସୁମିତ କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଥିଲା, ହେଲେ ସୁମିତ ଏ ଘଟଣା ପଛରେ ଏକା ନୁହେଁ ବୋଲି ଆଜି ଅଭିଯୋଗ କରିଛନ୍ତି ପରିବାର ଲୋକେ ଆଉ ଆଜି ୨୪ ଦିନ ପରେ ଘଟଣା ର ସମ୍ପୂର୍ଣ ରହସ୍ୟ ଉଜାଗର କରିବାକୁ ପୁଲିସ ଉପରେ ଚାପ ପକାଇ ଟିଟିଲାଗଡ ଉପ-ଜିଲ୍ଲାପାଳ ମନୋଜ ମାହଜାନ କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତା ସହ ପରିବାର ଲୋକେ ମନ୍ତ୍ରୀ ଟୁକୁନି ସାହୁ ଙ୍କ ଇସ୍ତଫା ଦାବି କରିଛନ୍ତି। ମୃତ ମୋହନ ଙ୍କ ମା ଦୀପନ କୁମାର ଅଭିଯୋଗ ଅନୁସାରେ ମନ୍ତ୍ରୀ ଟୁକୁନି ରାଜ୍ୟ ର ଶିଶୁ ବିକାଶ ମନ୍ତ୍ରୀ ହେଲେ ତାଙ୍କ ପାଖରେ ଦିନେ ମଧ୍ୟ ସମୟ ନାହି ଯେ ସେ ତାଙ୍କ ପରିବାର ର ଦୁଖ ବୁଝିବେ ଜଣେ ମହିଳାଙ୍କ ଦୁଖ ବୁଝିବେ। ଆର୍ଥିକ ସହାୟତା ତ ଦୂର କଥା ଦିନେ ହେଲେ ସମବେଦନା ଜଣାଇବା ପାଇଁ ଆସିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।
ନରସିଂହ ସିଂ। ପବିତ୍ର ସାହୁ। ମଣ୍ଟୁ ସାହୁ। ବିଜୟ ଛୁରା କ୍ଷ ସୋହେଲ୍ ଖାନ।କିଶନ ନାଗ। ରଶ୍ମି ଖମାରୀ। ଜିତେନ୍ ବାଗ। ଜୁଗଲ ବାଗ। ବିକାଶ ତାଣ୍ଡି। ବିଭୁ ସିକା। ସିବା ଚାତ୍ରୀୟା। କଲ୍ପନା କୁମ୍ଭାର। ସବିତା କୁମ୍ଭାର। ସୁନନ୍ଦା ନାଗ। ଅବଦୁଲ ଆଜୀମ। କ୍ରୀଷ୍ଣା ଚତ୍ରୀୟା। ପ୍ରତିମା କୁମ୍ଭାର। ବିଶ୍ରାମ ବାଗ। କରିଶ୍ମା ସୀକା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons