ଚାଉଳ ବୋଝେଇ ଟ୍ରକ ଧକ୍କାରେ ୩ ବର୍ଷର ଶିଶୁ ମୃତ

Get real time updates directly on you device, subscribe now.

ନୟାଗଡ : ଶରଣକୁଳ ଲଡୁବାବାଙ୍କ ମନ୍ଦିର ସାମ୍ନାରେ ଚାଉଳ ବୋଝେଇ ଟ୍ରକ ଧକ୍କାରେ ୩ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ସ୍ଥାନୀୟ ଧୁଷୁମା ଗାଁର ବୋଲି ଜଣାପଡିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି। ଚାଉଳ ବୋଝେଇ ଟ୍ରକଟି ନୟାଗଡରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଶରଣକୂଳ ଲଡୁବାବାଙ୍କ ମନ୍ଦିର ସାମ୍ନାରେ ଧୁଷୁମା ଗାଁର ଏକ ଶିଶୁ ରାସ୍ତା ପାର ହେଉଥିଲା। ଟ୍ରକଟି ଶିଶୁକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇ ପଠାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons