୨ ହାତୀଦାନ୍ତ ଜବତ, ୨ ଗିରଫ

Get real time updates directly on you device, subscribe now.

ଗୁଣପୁର,(ବି.ବି.ଆପ୍ର): ରାୟଗଡା ଜିଲ୍ଲା ଗୁଡାରୀ ରେଞ୍ଜ ପଦ୍ମପୁର ତହସିଲର ହସ୍ତିନାପୁର ନିକଟ ଏକ କାଜୁ ତୋଟାରୁ ୨ଟି ହାତୀଦାନ୍ତ ଜବତ କରିଛି ବନବିଭାଗ । ଏହି କାରବାରରେ ୨ଜଣଙ୍କୁ ଗିରଫ କରାଯାଇଛି । ଜବତ ହାତୀଦାନ୍ତ ୨ଟିର ଓଜନ ଯଥାକ୍ରମେ ୩ କେଜି ୭୦ ଗ୍ରାମ ଓ ୩ କେଜି ୩୧୦ ଗ୍ରାମ ରହିଥିବା ବନବିଭାଗ କହିଛି । ଗିରଫ ଅଭିଯୁକ୍ତମାନେ ହେଲେ ପଦ୍ମପୁର ତହସିଲ୍ କିନ୍ଦ୍ରାଗୁଡା ଗାଁର ଜାକବ ମାଝୀ(୩୫) ଓ ଡେରିଗାଁର ପଦ୍ମନ କାଡ୍ରାକା(୫୫) । ସେମାନଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯିବ ବୋଲି ଡେପୁଟି ରେଞ୍ଜର ଗଙ୍ଗାଧର ମିଶ୍ର ସୂଚନା ଦେଇଛନ୍ତି । ଏହି ଚଢଉରେ ବିଭାଗର ନରେନ୍ଦ୍ର କୁମାର ଗମାଙ୍ଗ, ଚନ୍ଦ୍ରଶେଖର ସାହୁ, ସୀମାଞ୍ଚଳ ପଟ୍ଟନାୟକ, ପ୍ରଭାତକୁମାର ବେହେରା, କାମଦେବ ଶବର, ତପସ୍ୱିନୀ କର, ବିପ୍ର ଜାଗାରାଙ୍ଗାଙ୍କ ସମେତ କର୍ମଚାରୀମାନେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons