ଜଙ୍ଗଲ ସୁରକ୍ଷା ବାର୍ତ୍ତା ବାଣ୍ଟୁଛନ୍ତି କୁନାଲ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ଆପ୍ର): ହାତରେ ଧରିଛନ୍ତି ଲିଫ୍ଟ ପ୍ଲିଜ ଲେଖାଥିବା ପୋଷ୍ଟର । ଆଉ ଲୋକଙ୍କୁ ଲିଫ୍ଟ ମାଗି ଭାରତ ଭ୍ରମଣରେ ବାହାରିଛନ୍ତି ଯୁବକ । ଏହି ପ୍ରୟାସ କରି ସେ ଜଙ୍ଗଲ ସୁରକ୍ଷା ଓ ପ୍ରଦୂଷଣ ମୁକ୍ତ ଭାରତ ବାର୍ତ୍ତା ଲୋକଙ୍କୁ ବାଣ୍ଟୁଛନ୍ତି । ଯୁବକ ହେଲେ ୧୧୯କଲୋନିର କୁନାଲ ବେଶ୍ରା । ସୋମବାର କୁନାଲ ମାଲକାନଗିରି ସହରର ପ୍ରବେଶ ଦ୍ୱାର ଶ୍ରୀଶ୍ରୀ ଭୈରବ ଓ ମା’ ଭୈରବୀ ମନ୍ଦିରଠାରୁ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ସେ କୋରାପୁଟ ଜିଲ୍ଲା ଆମ୍ବାଗୁଡାରେ ପହଞ୍ଚିଛନ୍ତି । ଆସନ୍ତା ମଙ୍ଗଳବାର କଳାହାଣ୍ଡିର ଜୁନାଗଡ଼ ଓ ପରେ ଅନ୍ୟନ ଜିଲ୍ଲାକୁ ଯିବେ ବୋଲି କହିଛନ୍ତି । ସମଗ୍ର ଭାରତବର୍ଷ ଭ୍ରମଣ କରିବା ଇଚ୍ଛା ରଖିଥିବା କୁନାଲ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons