୬୫ କେଜି ଗଞ୍ଜେଇ ସହ କାର ଓ ବାଇକ୍ ଜବତ୍, ୪ ଗିରଫ

Get real time updates directly on you device, subscribe now.

ବୌଦ୍ଧ ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ୍ ଦ୍ଵାରା ଦୁଇଟି ପୃଥକ୍ ପୃଥକ୍ ସ୍ଥାନରୁ ବିପୁଳ ପରିମାଣର ଗଂଜେଇ ସହ ଚାଲାଣ ରେ ବ୍ୟବହୃତ ଗୋଟିଏ କାର ଓ ଗୋଟିଏ ବାଇକ ଜବତ କରିଛି। ଏଥିସହ ୪ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ପୋଲିସ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଡିଏସପି ତପସିନୀ କହଁର ଙ୍କ ନେତୃତ୍ୱ ରେ ଦୁଇଟି ଟିମ କଣ୍ଟାମାଳ ଅଞ୍ଚଳର ଦୁଇଟି ସ୍ଥାନରେ ତଥା ମଳିକୁଦ ଓ ସିଲେଟ ପଡାଛକଠାରେ ପାଟ୍ରୋଲିଂ କରୁଥିଲେ।ଏହି ସମୟର ସେହି ବାଟ ଦେଇ ଗୋଟିଏ କାର ଓ ବାଇକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ପୋଲିସ ଉଭୟ ଗାଡିକୁ ଯାଞ୍ଚ କରି ଗଞ୍ଜେଇ ଜବତ କରିଥିଲା।କାରରୁ ପ୍ରାୟ ୫୦ କେଜି ଓ ଗୋଟିଏ ବାଇକରୁ ପ୍ରାୟ ୧୫ କେଜି ଗଂଜେଇ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଥିଲା। ସେପଟେ ଗଞ୍ଜେଇ ଚାଲାଣ ରେ ବ୍ୟବହୃତ ଗୋଟିଏ କାର ଏବଂ ଗୋଟିଏ ବାଇକ୍ କୁ ମଧ୍ୟ ପୋଲିସ୍ ଜବତ୍ କରିଛି ।କାର ସହିତ ଗିରଫ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡାର ଭବାନୀ ଶଙ୍କର ପଟନାୟକ ଓ କଟକ ଜିଲ୍ଲା ରାମଚନ୍ଦ୍ର ଦାସ କ୍ଷ ସେହିପରି ବାଇକରେ ଗଞ୍ଜେଇ ଚୋର ଚାଲାଣ କରୁଥିବା ନୟାଗଡ ଜିଲ୍ଲା ବାଣୀ ଗୋଛା ଅଂଚଳର ରାଜାରଞ୍ଜନ ନାୟକ ଓ ସୁବର୍ଣ୍ଣପୁର ଜିଲ୍ଲାର ଲକ୍ଷ୍ମଣ ତାଣ୍ଡି ବୋଲି ଡିଏସପି ତପସିନୀ କହଁର ସୂଚନା ଦେଇଛନ୍ତି। ଗଞ୍ଜେଇ କେଉଁଠୁ କେଉଠିକୁ ଚାଲାଣ ହେଉଥିଲା ଏଥିରେ ଆଉ କେଉଁ ମାନେ ସଂପୃକ୍ତ ସେ ଦିଗରେ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons