୧୭୫ ଲିଟର ରନ୍ଧା ମଦ ବେପାର ଜବତ, ୫ କୋର୍ଟ ଚାଲାଣ

Get real time updates directly on you device, subscribe now.

ସାନଖେମୁଣ୍ଡି: ଅବକାରୀ ଅଧିକ୍ଷକ ରମେନ୍ଦ୍ର କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ଚିକିଟି ଅବକାରୀ ବିଭାଗ ଦ୍ୱାରା ୮ ଟି ଜାଗା ରେ ଚଢ଼ାଉ ହୋଇଛି । ସେଠାରେ ବେଆଇନ ଭାବେ ବିକ୍ରି ଚାଲିଥିବା ୧୭୫ ଲିଟର ରନ୍ଧା ମଦ ଜବତ ହୋଇଛି ଏବଂ ଏଥିରେ ଜଡ଼ିତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ଚଢ଼ାଉ ପରେ ମଧ୍ୟ ବେଆଇନ ରନ୍ଧା ମଦ ବହୁଳ ମାତ୍ରାରେ ବିକ୍ରି ଚାଲିଛି । ମଦ ବିକ୍ରି କରୁଥିବା ଲୋକ ବଦଳରେ ଅବକାରୀ ଅଧିକ୍ଷକ ଯେଉଁଠାରେ ବେଆଇନ ଭାବେ ରନ୍ଧା ମଦ ତିଆରି ହେଉଛି ସେ ଜାଗାରେ ଚଢ଼ାଉ ନେଇ ପଦକ୍ଷେପ ନେବା ଆବଶ୍ୟକତା ରହିଛି। ଅତିରିକ୍ତ ତହସିଲଦାର କୁଲଦୀପ କୁମାରଙ୍କ ଉପସ୍ଥିତରେ ଚିକିଟି ଅଞ୍ଚଳର ଚିକିଟି ଗଡ଼, ଶନିବାର ପେଣ୍ଠ, ବଟପଲ୍ଲୀ, ମାଉନ୍ଦ ପୁର, ଢେପଗାଁ, ଯଦୁପୁର, ମଳକୁଟ, ଲିଆଖାଇ, ଲାଉବାଡ଼ି ପ୍ରମୁଖ ଯାଗାରେ ଚଢ଼ାଉ ହୋଇଥିଲା। ଏଥିରେ ଅତିରିକ୍ତ ଅବକାରୀ ଅଧିକ୍ଷକ ବିଜୟ ଚନ୍ଦ୍ର ଧାରୁଆ, ଅବକାରୀ ଇନ୍ସପେକ୍ଟର ମିହିର ସେଠି, ଭ୍ରାମ୍ୟମାଣ ସଂସ୍ଥାର ଶବ ଇନ୍ସପେକ୍ଟର ଅଭିରାମ ସାହୁ ଓ ଆଇଆଇସି ଗୋଳନ୍ଥରା ସୁବାଷ ମହାକୁଡ଼, ଚିକିଟି ଓ ଆଇଆଇସି ତପସ୍ୱିନୀ ବରାଳ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons