ଜଳୁନି ଷ୍ଟି୍ରଟ୍ ଲାଇଟ୍ :ଅନ୍ଧାରରେ ଅଧା ସହର

Get real time updates directly on you device, subscribe now.

ଜୟପୁର,(ବି.ବି.ଆ.ପ୍ର.): ଜଳୁନି ଷ୍ଟ୍ରିଟ୍ଲାଇଟ୍ । ସଞ୍ଜ ହେଲେ ଅନ୍ଧାରରେ ରହୁଛି ଅଧା ସହର । ଖୁଣ୍ଟରେ ଲାଗିଥିବା ଏଲ୍ଇଡି ଲାଇଟ୍ଗୁଡ଼ିକ ଖରାପ ହୋଇଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏ ଭିତରେ ସହରରୁ ୧ ହଜାର ୨୦୦ ଲାଇଟ୍ ଚୋରି ହୋଇଯାଇଥିଲେ ବି ନିରବ ରହିଛି ପୌର ପ୍ରଶାସନ । ପରିଚାଳନା ଦାୟିତ୍ୱ ନେଇଥିବା ଠିକାସଂସ୍ଥା ବିରୋଦରେ ବି କୌଣସି କାର୍ଯ୍ୟାନୁÂାନ ନିଆଯାଉନି । ଅଚଳ ଲାଇଟ୍ଗୁଡ଼ିକୁ ବଦଳାଇବା ଦିଗରେ ନିଆଯାଉନି କୌଣସି ପଦକ୍ଷେପ । ଏଥିଯୋଗୁ ଦୁର୍ଘଟଣା ଏବଂ ଅସାମାଜିକ କାର୍ଯ୍ୟାକଳାପ ବଢୁଛି । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି ।
ସହରର ବିଭିନ୍ନ ସାହି ଓ ଗଳିରେ ଲାଗିଛି ୫ ହଜାରରୁ ଅଧିକ ଏଲଇଡି ଲାଇଟ୍ । ୩ଟି ସଂସ୍ଥା ଏହାର ପରିଚାଳନା ଭାର ତୁଲାଉଛନ୍ତି । ଇଇଏସ୍ଏଲ୍ ଅଧୀନରେ ସବୁ ଷ୍ଟ୍ରିଟ୍ ଲାଇଟ୍ ରହିଛି । ଠିକ୍ ସମୟରେ ଲାଇଟ୍ ଜଳିବା ଏବଂ ଲିଭିବା କାମ ‘ବି ଆଣ୍ଡ ଆର୍’ ସଂସ୍ଥା ଦେଖୁଥିବା ବେଳେ ଆସ୍ଥା ଇଲେକ୍ଟ୍ରିକାଲସ୍ ଉପରେ ରହିଛି ରକ୍ଷଣାବେକ୍ଷଣ ଓ ପାଟ୍ରୋଲିଂ ଦାୟିତ୍ୱ । କେଉଁଠି ବଲ୍ ଜଳୁନି, ଚୋରି କିମ୍ବା ନଷ୍ଟ ହେଲା ସେ ସମ୍ପର୍କରେ ପୌର ପ୍ରଶାସନକୁ ରିପୋର୍ଟ କରିବା ଉପରୋକ୍ତ ସଂସ୍ଥାର କାମ । ପରିତାପର ବିଷୟ, ୫ ହଜାର ଲାଇଟ ମଧ୍ୟରୁ ୧ ହଜାର ୨୦୦ ଲାଇଟ୍ ଚୋରି ହୋଇଗଲା, ସମ୍ପୃକ୍ତ ସଂସ୍ଥା ଜାଣିପାରିଲାନି । ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ ପରେ ବି ଚୂଡ଼ାନ୍ତ ରିପୋର୍ଟ କିମ୍ବା ଥାନାରେ ଏତଲା ଦିଆଗଲାନି । ଏବେ କିଛିଦିନ ହେବ ମୁଖ୍ୟରାସ୍ତା ସହ ଜୟନଗର, ଜିଲ୍ଲା ହସପିଟାଲ ରାସ୍ତା, ପାୱାର ହାଉସ୍ କଲୋନି, ଲକ୍ଷ୍ମୀ ପଣ୍ଡା ଛକ ସହ ଅନ୍ୟାନ୍ୟ ଅଞ୍ଚଳରେ ଲାଇଟ୍ ସମସ୍ୟା ଦେଖିବାକୁ ମିଳୁଛି । ଏଥିସହ ପ୍ରତି ସାହିରେ ଯଥାକ୍ରମେ ତିନି ଚାରୋଟି ଖୁଣ୍ଟରେ ଲାଇଟ୍ ଜଳୁଥିବା ବେଳେ ଗୋଟିଏ ଦୁଇଟି ଜଳୁନି । ବିଳମ୍ବିତ ରାତି ହେଲେ ଛକରେ ସାହି କୁକୁରଙ୍କ ଦୌରାତ୍ମ୍ୟ ସାଙ୍ଗକୁ ଅସାମାଜିକଙ୍କ ଆଡ୍ଡା ଲୋକଙ୍କ ସମସ୍ୟାକୁ ବଢାଇ ଦେଇଛି । ଏ ସମ୍ପର୍କରେ ପୌର ପ୍ରଶାସନକୁ ଅଭିଯୋଗ କଲେ ବି ସୁଫଳ ମିଳୁନି । ଅଧିକ ଚାପ ପଡ଼ିଲେ କର୍ମଚାରୀମାନେ ଗୋଟିଏ ଖୁଣ୍ଟରୁ ସଚଳ ଲାଇଟ୍ କାଢି ଜଳୁନଥିବା ଅଞ୍ଚଳରେ ଲଗାଇ ଦେଉଛନ୍ତି ।
ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପ;ନାୟକ କହିଛନ୍ତି, ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି । ଲାଇଟ୍ ଜଳୁ ନଥିବାରୁ ସନ୍ଧ୍ୟା ହେଲେ ଜନସାଧାରଣ ବାରମ୍ବାର ଫୋନ୍ କରୁଛନ୍ତି । ଗତ ରବିବାର ରାତିରେ ଜିଲ୍ଲା ହସପିଟାଲରୁ ଆରମ୍ଭ କରି ଳକ୍ଷ୍ମୀ ପଣ୍ଡା ଛକ, ଜୟନଗରର କେତେକ ସାହି, ପାୱାର ହାଉସ୍ କଲୋନି, ନୂଆସାହି ବାଇପାସ୍, ମୁଖ୍ୟ ଟ୍ରାଫିକ ଛକ, ୱେଲକମ୍ ଛକରୁ ରାଜନଅର ବୁଲି ଦେଖିଥିଲେ । ଅଧିକାଂଶ ଅଞ୍ଚଳ ଅନ୍ଧାରରେ ଥିଲା । ତୁରନ୍ତ ମରାମତି ଲାଗି ଠିକାସଂସ୍ଥା କର୍ମଚାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଅଧିକାଂଶ ସମୟରେ ଠିକାସଂସ୍ଥା କର୍ମଚାରୀ ଖରାପ ଲାଇଟ୍ ମରାମତି କରୁନାହାନ୍ତି । ବାରମ୍ବାର ତାଗିଦ ପରେ ବି ସୁଧୁରୁନାହାନ୍ତି । ଏ ସମ୍ପର୍କରେ ସମ୍ପୃକ୍ତ କମ୍ପାନି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । କର୍ତୃପକ୍ଷଙ୍କ ମନମାନି ଲାଗି ସହରରେ ଅସାମାଜିକ କାର୍ଯ୍ୟକଳାପ ବଢୁଛି । ସମସ୍ୟା ସମାଧାନ ଲାଗି ନିର୍ଦ୍ଧିଷ୍ଟ ସମୟ ଦିଆଯାଇଛି । ନହେଲେ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons