ମୃତ ଦିପୁନ ଙ୍କ ପରିବାର ଲୋକେ କଲେ ସାମ୍ବାଦିକ ସମ୍ବିଳନି

Get real time updates directly on you device, subscribe now.

ବଲାଙ୍ଗୀର ରୁ ଗୁପ୍ତେଶ୍ୱର ପୃଷ୍ଟି : ଗତ ୮ ମଇରେ ସ୍ଥାନୀୟ କୁସମେଲ ପୋଖରୀରେ ଉକ୍ତ ଗ୍ରମର ଜଣେ ଯୁବକଙ୍କ ମୃତ ଦେହ ମିଳି ଥିଲା । ପୋଲିସ ମୃତ ଶରିରକୁ ଉଦ୍ଧାର କରି ପୋଷ୍ଟମାଟମ ପାଇଁ ପଠାଇବା ସହ ଘଟଣାଟି ଅପମୃତ୍ୟୁ ହୋଇଥାଇପାରେ ବୋଲି କହିଥିଲା । କିନ୍ତୁ ଆଜି ମ୍ମୃତକଙ୍କ ପରିବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଏହା ଅପମୃତ୍ୟୁ ନୁହଁ, ବରଂ ଆମ ପୁଅକୁ ହତ୍ୟା କରାଯାଇôଛି । ପ୍ରଥମ ଦିନରୁ ହିଁ ଏବିଷୟରେ ପରିବାର ଲିଖିତ ଅଭିଯୋଗ କରିବା ସତ୍ୱେ ପୋଲିସ ତଦନ୍ତ ପ୍ରକ୍ରିୟାରେ ଟାଳଟୁଳ ନିତି ଅବଲମ୍ବନ କରିବା ସହ ଘଟଣାକୁ ଚାପି ଦେବା ଉଦ୍ୟମ କରୁଛି ବୋଲି ମୃତକଙ୍କ ବାପା ସନାତନ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ସାମ୍ବାଦିକମାନଙ୍କୁ ସେ ଆହୁରି କହିଛନ୍ତି ଯେ, ଗ୍ରାମର ପ୍ରଦୀପ ସେଠ ନାମକ ବ୍ୟକ୍ତିଙ୍କ ଝିଅ ସହିତ ମୃତ ଦିପୁନ ସେଠଙ୍କ ପ୍ରେମ ସଂପର୍କ ଥିଲା । ଏହି ସଂପର୍କ ବିଷୟରେ ପ୍ରଦୀପ ଜାଣିବା ପରେ ସେ ଦୀପୁନଙ୍କୁ ମାରିଦେବା ଧମକ ଦେଇଥିଲେ । ଆହୁରି ଦୀପୁନ ଗାଁ ପୋଖରୀ ମୃତ ପଡିଥିବା ବେଳେ ତାଙ୍କ ମୁହଁ କଳା ପଡିଯାଇଥିବା ସହ ଛାତିରେ କ୍ଷତ ରହିଥିଲା । ଯାହା ତାଙ୍କୁ ନିର୍ୟ୍ୟାତନା ଦେବା ପରେ ତଣ୍ଟି ଚିପି ଦିଆଯାଇଥିବା ସ୍ପଷ୍ଟ କରୁଛି । ତେଣୁ, ଆମ ପୁଅ ପୋଖରୀରେ ବୁଡି କିମ୍ଭା ଆତ୍ମହତ୍ୟା କରିନାହିଁ । ପୂର୍ବ ଧମକ ମୁତାବକ ପ୍ରଦୀପ ସେଠ ତାକୁ ହତ୍ୟା କରିଛି ବୋଲି ଅଭିଯୋଗ କରିଛନ୍ତି । ତାସହ ଦୀପୁନଙ୍କ ମୋବାଇଲ ରୁ ମିଳିଥିବା ଦୀପୁନ ଓ ତାଙ୍କ ପ୍ରେମିକାଙ୍କ ଅନ୍ତରଙ୍ଗ ଫଟୋ ଏହା ସ୍ପଷ୍ଟ କରୁଛି ବୋଲି କହିଛନ୍ତି । ତେବେ ଫାଣ୍ଡି ଓ ସଦର ଥାନା ଅଧିକାରୀଙ୍କ ଅପାରଗତା ଉପରେ ସେମାନେ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons