ପୁଲିସ ବେଶରେ ବ୍ରାଉନସୁଗାର ମାଫିଆ

Get real time updates directly on you device, subscribe now.

ଭୁବନେଶ୍ୱର: ପୁଲିସ ପୋଷାକ ପିନ୍ଧୁଥିଲେ। ଗାଡ଼ିରେ ପୁଲିସର ଲୋଗୋ ବ୍ୟବହାର କରୁଥିଲେ। ପୁଲିସ ବେଶରେ ଦୀର୍ଘଦିନ ହେବ ବ୍ରାଉନ ସୁଗାର କାରବାର ଚଳାଇଥିଲେ। ସ୍ପେଶାଲ ଟାକ୍ସ ଫୋର୍ସ(ଏସଟିଏଫ୍) ଏହି ବ୍ରାଉନ ସୁଗାର ରାକେଟର ୨ ଜଣଙ୍କୁ ଶନିବାର ବରମୁଣ୍ଡାରୁ ଗିରଫ କରିବା ପରେ ଏହି ଚିତ୍ର ପଦାକୁ ଆସିଛି। ଖାଲି ପୁଲିସ ପୋଷାକ କିମ୍ବା ଲୋଗ ନୁହେଁ, ଏହି ଦୁର୍ବୃତ୍ତମାନେ ପ୍ରତିଷ୍ଠିତ ଡାକ୍ତରଖାନା ଏଆଇଏମ୍ଏସର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ବୋଲି ନକଲି ପରିଚୟପତ୍ର ଓ ଡାକ୍ତରି ପୋଷାକ ମଧ୍ୟ ବ୍ୟବହାର କରୁଥିବା ତଦନ୍ତ ବେଳେ ଜଣାପଡ଼ିଛି। ଏହି ଦୁର୍ବୃତ୍ତମାନଙ୍କ ନିକଟରୁ ୧ କେଜି ୨୩୮ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଏହି ଦୁଇ ମାଫିଆ ହେଲେ ପଶ୍ଚିମବଙ୍ଗର କପିଳଦେବ ମୁଜୁମଦାର ଓ ଖୋର୍ଦ୍ଧା ଜଙ୍କିଆର ରଶ୍ମିରଞ୍ଜନ ଭୋଳ। ସେମନାଙ୍କୁ ଏସଟିଏଫ୍ ବରମୁଣ୍ଡାରୁ ବ୍ରାଉନସୁଗାର ସହ ଗିରଫ କରିଛି। ଜବତ ବ୍ରାଉନସୁଗାର ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ। ଉଭୟଙ୍କ ନିକଟରୁ ଏକାଧିକ ନକଲି ପରିଚୟ ପତ୍ର ଜବତ ହୋଇଛି। ଯାହା ଭିତରେ ରୋସନ ରାଜା ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଜେନେରାଲ ମ୍ୟାନେଜର ବୋଲି ମଧ୍ୟ ଏକ ପରିଚୟପତ୍ର ମଧ୍ୟ ରହିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons