ଗାୟତ୍ରୀ ବାଳା ପଣ୍ଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆୱାର୍ଡ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ଆ.ପ୍ର.): ଗାୟତ୍ରୀ ବାଳା ପଣ୍ଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆୱାର୍ଡ । ୨୦୨୨ ମସିହା ପାଇଁ ଏହି ପୁରସ୍କାର ଗାୟତ୍ରୀ ପାଇବେ । ତାଙ୍କର କବିତା ସଂକଳନୀ ‘ଦୟାନଦୀ’ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ତାଙ୍କୁ ମିଳିଥିବା ଘୋଷଣା କରାଯାଇଛି । ପୁରସ୍କାର ସ୍ୱରୂପ ଏକ ଲକ୍ଷ ଟଙ୍କା ଓ ତାମ୍ର ଫଳକ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦାନ କରାଯିବ । ସେହିପରି ଗୋପବନ୍ଧୁ ମିଶ୍ର ପାଇବେ ଅନୁବାଦ ପୁରସ୍କାର ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପୂର୍ବରୁ ଗାୟତ୍ରୀବାଳା ୨୦୧୧ ରେ କବିତା ସଂକଳନ “ଗାଁ’’ ପାଇଁ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିଲେ । ଏହାବ୍ୟତୀତ ସେ ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଭଦ୍ରକ ସାହିତ୍ୟ ସମାଜ ଯୁବ ସାହିତି୍ୟକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ବିନୀ କବିତା ସମ୍ମାନ, ଫକୀର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ, ମନ୍ଥନ ଯୁବ କବି ସମ୍ମାନ, ଲେଖାଲେଖି ଯୁବ କବି ସମ୍ମାନ, ଟାଇମ୍ ପାସ୍ ସ୍ୱୟଂଶ୍ରୀ ସମ୍ମାନ, ତାଳପଦେଶ୍ୱରୀ ସାରସ୍ୱତ ସମ୍ମାନ, ଇସ୍ତାହାର କବିତା ସମ୍ମାନ, ଦୀପକ ମିଶ୍ର କବିତା ସମ୍ମାନ, ‘ଟାଇଟର୍ସ -ଇନ୍- ରେସିଡେନ୍ସ’ ଆଟ୍ ରାଷ୍ଟ୍ରପତି ଭବନ୦୨୦୧୫, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ, ରାଜ୍ୟ ସରକାରଙ୍କ ପକ୍ଷରୁ ଦୁର୍ନୀତି ନିବାରଣ ଉପରେ ରଚିତ ପ୍ରବନ୍ଧ ପାଇଁ ପୁରସ୍କୃତ ହେବା ସହିତ ସତ୍ୟବାଦୀ ସାହିତ୍ୟ ସମ୍ମାନ , ରାଜକନ୍ୟା ରତ୍ନମାଳୀ ଜେମା ସାରସ୍ୱତ ସମ୍ମାନ, ଆର୍ଯ୍ୟା ସମ୍ମାନ, କଳିଙ୍ଗ ବୀରାଙ୍ଗନୀ ସମ୍ମାନ, ଭଞ୍ଜ ଭାରତୀୟ ଜୟଦେବ ଷଡଙ୍ଗୀ ସ୍ମୃତି ସମ୍ମାନ, ଟାଇମ୍ସ ପାୱାର ୱିମେନ ସମ୍ମାନ ଓ ଅକ୍ଷୟ ସାହିତ୍ୟ ସମ୍ମାନ ଇତ୍ୟାଦି ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ଡକ୍ଟର ଗାୟତ୍ରୀବାଳା ପଣ୍ଡା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଘୋଷଣା ହେବା ପରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଥିବାରୁ କେନ୍ଦ୍ର ସାହିତ୍ୟ ଏକାଡେମୀକୁ ଧନ୍ୟବାଦ ଜଣାଉଛି । ଏହି ମର୍ଯ୍ୟାଦାଜନକ ସାହିତ୍ୟ ଏକାଡେମୀ ପୁରସ୍କାର ମୋତେ ନୁହେଂଁ ମୋ ଲିଖିତ କବିତା ପୁସ୍ତକ ‘ଦୟାନଦୀ’ ପାଇଁ ମୋତେ ମିଳିଛି । ଏହି ପୁରସ୍କାର ହେଉଛି ପାଠକଙ୍କ ଶ୍ରଦ୍ଧା ଓ ସଦିଚ୍ଛା । ଏହା ତାଙ୍କୁ ତାଙ୍କର ଲେଖନୀ ପ୍ରତି ଆହୁରି ଦାୟିତ୍ୱବଦ୍ଧ କରିବ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons