ମେଡ଼ିକାଲ ପିଜି ପାଠ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ସ୍ବାସ୍ଥ୍ୟ ସେବାକୁ ନବୀନଙ୍କ ଗୁରୁତ୍ଵ

Get real time updates directly on you device, subscribe now.

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲରେ ସ୍ନାତକୋତ୍ତର, ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି | ଚଳିତ ୨୦୨୨-୨୩ ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ପ୍ରଥମ ବ୍ୟାଚ ପିଜି ପାଠ୍ୟକ୍ରମ । ମୋଟ ୧୫ ଟି ବିଭାଗରେ ପାଠ୍ୟକ୍ରମ ଖୋଲିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୬ ଟି ବିଭାଗକୁ ମିଳିଛି ଅନୁମତି ଏବଂ ୬ ଟି ବିଭାଗରେ ୨୪ଟି ସିଟ ପାଇଁ ପିଜି ଓ ୬ ଟି ସ୍ପେଶାଲ MS / MD ପାଠ୍ୟକ୍ରମ ଅନୁମତି ମିଳିଛି |

ଶିଶୁରୋଗ ବିଭାଗରେ ୪ଟି ,ଅସ୍ଥିଶଲ୍ୟ ବିଭାଗରେ ୨ ଟି ,ମେଡିସିନ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ସର୍ଜରୀ ବିଭାଗକୁ ୫ଟି ,ଶ୍ବାସରୋଗ ବିଭାଗରେ ୩ ଟି ସିଟରେ ପିଜି ପାଠ୍ୟକ୍ରମ ଖୋଲିଛି | ଏଥିପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶକ, ପ୍ରଫେସର ଓ କମର୍ଚାରୀଙ୍କ ସହ ପାଖାପାଖି ୭୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । କ୍ୟାପିଟାଲ ହସ୍ପିଟାଲରେ ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons