ମୁଖ୍ୟମନ୍ତ୍ରୀଙ୍କ ଅକ୍ଷଧ୍ୟତାରେ ବିଜେଡି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇ ଯାଇଛି

Get real time updates directly on you device, subscribe now.

ଭୁବନେଶ୍ୱର : ନବୀନ ନିବାସରେ ଦିନ ୧୨ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅକ୍ଷଧ୍ୟତାରେ ବସିଲା ବୈଠକ। ସଂସଦ ଅଧିବେଶନ ପାଇଁ ପ୍ରସ୍ତୁତ ହେବ ରଣନୀତି। ଗୃହରେ କେଉଁ ପ୍ରସଙ୍ଗ ଉଠାଇବ ଦଳ, ସାଂସଦଙ୍କ ସହ ଆଲୋଚନା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଗୁଡିକୁ ସଂସଦର ଉଭୟ ଗୃହରେ ଉପସ୍ଥାପନ କରି ବାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ସହ ଆଲୋଚନା କଲେ । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି, ଆବାସ ଯୋଜନାରେ ରାଜ୍ୟର ବଳକା ହିତାଧିକାରୀଙ୍କୁ ଗୃହ ଯୋଗାଣ, ୧୬୯ ଜନଜାତିଙ୍କୁ ଆଦିବାସୀ ତାଲିକାଭୁକ୍ତ କରିବା, ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ସ୍ବତନ୍ତ୍ର ସହାୟତା ଦାବି ଓ ଚାଷୀ ଓ ଚାଷ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଓଡ଼ିଶାର ସାଂସଦମାନେ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆୱାନ। ସାଂସଦଗଣ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ସନ୍ଦେଶ ଗୁଡିକକୁ ସଂସଦରେ ଓଡ଼ିଶାର ସ୍ବାର୍ଥ ପାଇଁ ଲଢେଇ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons