ନୂଆପଡା ଜିଲ୍ଲାର ଧାରୋଇ ଗ୍ରାମରେ ଜଳ ସଂରକ୍ଷଣ ସହିତ ଚିନାବାଦାମ ଚାଷ

Get real time updates directly on you device, subscribe now.

ସାଇପାଳ ଜଳସେଚନ ପ୍ରକଳ୍ପ, ନୂଆପଡା ଜିଲ୍ଲାର ନୂଆପଡା ବ୍ଲକ ଓ ବରଗଡ ଜିଲ୍ଲାର ପାଇକମାଳ ବ୍ଲକ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପର ୨୨୬୧.୪୪ ହେକ୍ଟର ଅଂଚଳରେ ୫ ଟି କାର୍ଯ୍ୟକ୍ଷମ ପାଣି ପଂଚାୟତ ଜଳସେଚନ ପରିଚାଳନା ଓ ରକ୍ଷଣାବେକ୍ଷଣରେ ଅଂଶ ଗ୍ରହଣ କରିଥା’ନ୍ତି ।ସେଠାକାର କୃଷକମାନଙ୍କର ଦାବୀ ଅନୁସାରେ ସାଇପାଳ ଜଳସେଚନ ପ୍ରକଳ୍ପରେ କଂକ୍ରିଟ୍ ଲାଇନଡ୍ କ୍ଷେତ୍ରନାଳୀମାନ ନିର୍ମାଣ କରାଯାଇଛି । ଧାରୋଇ ଗ୍ରାମର ଠାକୁରସାହି ପାଣି ପଂଚାୟତ ଚାଷୋପଯୋଗୀ ଜମିରେ ମିଳୁଥିବା ଜଳର ସଦୁପଯୋଗ କରି ମିଶ୍ରିତ ଫସଲ ଚାଷ କରିବାପାଇଁ ସ୍ଥିର କରିଥିଲେ । ବାସୁଦେବ ବାନ୍‌ହା ଓ ଇନ୍ଦ୍ରମଣି ଭୁଇ ଆଦି ୨୫ ଜଣ ଚାଷୀ ୨୫ ଏକର ଜମିରେ ଚିନାବାଦାମ ଚାଷ କରିଥିଲେ । ଅମଳ ହୋଇଥିବା ଫସଲର ଲାଭଜନକ ବଜାରୀକରଣକୁ ଦୃଷ୍ଟିରେ ରଖି ପଡୋଶୀ ଚାଷୀମାନେ ଆଗାମୀ ବର୍ଷ ଫସଲ ବିବିଧିକରଣ ପାଇଁ ଇଛା ପ୍ରକାଶ କରିଛନ୍ତି ।ଜଳସମ୍ପଦ ବିଭାଗ ଅଧିନରେ ଥିବା ସେଚାଂଚଳ ଉନ୍ନୟନ ଡିଭିଜନ ନଂ-୯, ନୂଆପଡା ଦ୍ୱାରା ନିର୍ମିତ କଂକ୍ରିଟ୍ କ୍ଷେତ୍ରନାଳୀ ସହାୟତାରେ ମିଳୁଥିବା ଜଳକୁ ନିୟନ୍ତ୍ରିତ ଭାବରେ ଉପଯୋଗ କରି ଜଳ ସଂରକ୍ଷଣ ସହିତ ଫସଲ ବିବିଧିକରଣ ଦ୍ୱାରା ଲାଭଜନକ ବ୍ୟବସାୟ କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ପୂର୍ବରୁ ରହିଥିବା ପାରମ୍ପରିକ ପଦ୍ଧତିରେ ଚାଷ କରିବାର ଧାରଣାକୁ ବଦଳାଇ ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons