ଡିଡି ଭାରତୀରେ ୪ଟି ଭାଷାରେ ପୁନଃ ପ୍ରସାରଣ କରିବାକୁ ଟୁଇଟ୍ କଲେ ଗାୟତ୍ରୀବାଳା ପଣ୍ଡା

Get real time updates directly on you device, subscribe now.

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀର ପୁରସ୍କାର ବିତରଣ ଉତ୍ସବ ଗତ ୧୧ ତାରିଖରେ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ଅତିଥିମାନେ ୨୦୨୨ ମସିହା ପାଇଁ ବିଭିନ୍ନ ଭାଷାର ଲେଖକ ଲେଖିକାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଡିଡି ଭାରତୀ ଏହି ଉତ୍ସବର ସିଧା ପ୍ରସାରଣ କରିଥିଲା । କିନ୍ତୁ ଚାରୋଟି ଭାଷା ଓଡ଼ିଆ, ମଣିପୁରୀ, ମରାଠୀ ଓ ନେପାଳୀକୁ ଏହି ପ୍ରସାରଣରେ ବାଦ୍ ଦିଆଯାଇଥିଲା । ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ପ୍ରତିବାଦ ଜଣାଇଛନ୍ତି ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖିକା ଡ. ଗାୟତ୍ରୀବାଳା ପଣ୍ଡା । ସେ ଏ ସମ୍ପର୍କରେ ଡିଡି ଭାରତୀ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀକୁ ଟ୍ୟାଗ୍ କରି ଶନିବାର ଟୁଇଟ୍ କରିନ୍ତି । ସିଧା ପ୍ରସାରଣରୁ ଚାରୋଟି ଭାଷାକୁ ବାଦ୍ ଦେବା ଅପମାନଜନକ ବିଷୟ । ଡିଡି ଭାରତୀର ଏହି କାର୍ଯ୍ୟକୁ ଡ. ପଣ୍ଡା ତୀବ୍ର ପ୍ରତିବାଦ କରିବା ସହ ଉପରୋକ୍ତ ୪ଟି ଭାଷାରେ ପୁନଃ ପ୍ରସାରଣ କରିବାକୁ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons