କୁଳିଅଣା,(ବି.ବି.ନ୍ୟୁଜ୍): ମୟୂରଭଂଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ୧୮ ନଂ ଜାତୀୟ ରାଜପଥର କୁଳିଅଣା ଛକରେ ଆଜି ବସ୍ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଝାରପୋଖରିଆ ଥାନା ଅନ୍ତର୍ଗତ ପକ୍ପକା ଗାଁର ଶଙ୍କର ହେମ୍ବ୍ରମ(୩୫) ।
ଆଜି ରବିବାର ଅପରାହ୍ନରେ ଶଙ୍ଖାଭଙ୍ଗାରୁ ବାରିପଦା ଯାଉଥିବା ‘ଶିବପାର୍ବତୀ’(ଓଆର୍-୦୯-୪୩୯୧) ନାମକ ଏକ ଘରୋଇ ବସ୍ରେ ଆସି ପକପକା ଗ୍ରାମର ଶଙ୍କର ହେମ୍ବ୍ରମ କୁଳିଅଣା ଛକରେ ଓହ୍ଲାଇଥିଲେ । ତେବେ ଓହ୍ଲାଉଥିବାବେଳେ ଦୁର୍ଭାଗ୍ୟକୁ ତାଙ୍କ ପାଦ ଖସିଯିବା କାରଣରୁ ସେ ବସ୍ର ପଛଚକା ତଳେ ପଡ଼ିଯାଇଥିଲେ । ଫଳରେ ବସ୍ଟି ତାଙ୍କ ଉପରେ ମାଡ଼ିଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ମେଡିକାଲ ଯିବା ରାସ୍ତାରେ ଶଙ୍କରଙ୍କ ମୃତ୍ୟୁ ହୋଇଯାଇଥିଲା । ପୁଲିସ ଉକ୍ତ ବସ୍କୁ ଜବତ କରି ଘଟଣାର ତଦନ୍ତ କରୁଛି ।
Comments are closed, but trackbacks and pingbacks are open.