କୁଚିଣ୍ଡାରେ ସମ୍ବାଦ ସାହିତ୍ୟ ଘରର ପ୍ରତିଷ୍ଠା ଦିବସ ସମାରୋହ: ବିଜୁ ପଟ୍ଟନାୟକ ପୁରସ୍କାର ପ୍ରାପ୍ତ ସୁବାସ ନାୟକଙ୍କୁ ନାଗରିକ ସମ୍ବର୍ଦ୍ଧନା
{ ସମ୍ବଲପୁର କୁଚିଣ୍ଡାରୁ ରିଙ୍କୁ କୁସୁମଙ୍କ ରିପୋର୍ଟ } : ଓଡ଼ିଶାରେ ସମ୍ବାଦ ସାହିତ୍ୟ ଘରର ଜନ୍ମ ୧୧ ତାରିଖ ୧୧ ମାସ ୧୧ ଟା ୧୧ ସମୟରେ ଜନ୍ମ ଲାଭ କରିଛି ।ଆଜି କୁଚିଣ୍ଡା ଠାରେ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠାନ ର ୧୩ ତମ ପ୍ରତିଷ୍ଠା ଦିବସ କୁଚିଣ୍ଡା ଶାଖାର ସଭାପତି ବିଶିଷ୍ଟ ପରିବେଶ ବିତ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ଙ୍କ ସଭା ପତୀତ୍ୱରେ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଉଦ୍ଘାଟକ ଭାବରେ ପ୍ରଧାନ ଶିକ୍ଷକ ରଣଜିତ୍ ବରିହା, ମୁଖ୍ୟ ଅତିଥି ଭାବରେ ପୂର୍ବ ବିଧାୟକ ବୃନ୍ଦାବନ ମାଝି,ମୁଖ୍ୟ ବକ୍ତା ଭାବରେ ସାମ୍ବାଦିକ ସୁମନ୍ତ ଶେଖର ବହିଦାର, ସମ୍ମାନିତ ଅତିଥି ଭାବରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଧ୍ୟାପକ ଡ଼. ଦିଲ୍ଲୀପ କୁମାର ପାଣି, ଦେବଗଡ଼ ଜିଲ୍ଲାର ହାଇ ସ୍କୁଲ ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣି, ବରଗଡ଼ ର ଚଳଚ୍ଚିତ୍ର ଅଭିନେତା ଶ୍ରୀକାନ୍ତ କିଶୋର ଷଡ଼ଙ୍ଗୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣା କର କିସାନ ,କୁଚିଣ୍ଡା ଓକିଲ ସଂଘ ସମ୍ପାଦକ ସୁରେନ୍ଦ୍ର ଦେବ,ନିଶା ନିବାରଣ ଅଭିଯାନ ନେତା ହିରା ଧର ପ୍ରଧାନ ଓ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଇନ୍ଦୁ ମିଶ୍ର ଯୋଗ ଦେଇଥିଲେ ।ସେମାନେ ତାଙ୍କ ବକ୍ତବ୍ୟରେ ସମାଜର ଅବକ୍ଷୟକୁ ରୋକିବା ପାଇଁ ସାହିତ୍ୟ ସକ୍ଷମ ବୋଲି ଆଶା ବ୍ୟକ୍ତ କରିବା ସହ ପ୍ରତ୍ୟେକ ଘର କୁ ସାହିତ୍ୟର ଘର କରିବା ପାଇଁ ଆହ୍ବାନ ଦେଇଥିଲେ । ପ୍ରାରମ୍ଭରେ କୁଚିଣ୍ଡା ଶାଖା ସମ୍ବାଦ ସାହିତ୍ୟ ଘର ଉପସଭାପତି ତଥା ବରିଷ୍ଠ ଓକିଲ ପ୍ରାରମ୍ଭିକ ସୂଚନା ଦେବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ଏହି ଅବସରରେ ବନ ଓ ବନ୍ୟ ପ୍ରାଣୀ ଙ୍କ ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟକାରୀ ଆସୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବଲପୁର ରେ ବିଜୁ ପଟ୍ଟନାୟକ ପୁରସ୍କାର ରେ ପୁରସ୍କୃତ ହୋଇ ପାରି ବା ସହ କୁଚିଣ୍ଡା ଓ ସାହିତ୍ୟ ଘରକୁ ଗୌରବ ଆଣିଥିବାରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ମାନପତ୍ର ଟିକୁ ଅବସର ପ୍ରାପ୍ତ ଶିକ୍ଷକ ଉଦୟନାଥ ମିଶ୍ର ପାଠ କରିଥିଲେ । ଏଥି ସହିତ ବିଶିଷ୍ଟ କବିୟତ୍ରି ସସ୍ମିତା ପଟେଲ ଙ୍କ ସଂଯୋଜନାରେ ସର୍ବଶ୍ରୀ ଦିଲ୍ଲୀପ ପାଣିଗ୍ରାହୀ, ବ୍ୟଙ୍ଗକବି ପ୍ରମୋଦ ନାୟକ,ହିନ୍ଦୀ କବି ହୃଷୀକେଶ ପଟେଲ,ରଜନୀ ପଟେଲ ,ସରୋଜ ମେହେର,ରିଙ୍କୁ କୁସୁମ, ସରୋଜ କୁମାର ମାଝୀ, ମଞ୍ଜୁଲତା ପଧାନ, ତାରା ଲୁହା, ସରୋଜିନୀ ଦେହୁରୀ, କୁମୁଦୀ ପଧାନ, ପଙ୍କ ସେଉଲ୍ ,ବିନା ନାଏକ, ପ୍ରଭାତ ନାୟକ ପ୍ରମୁଖ ପ୍ରାୟ କୋଡ଼ିଏ ଜନ କବି ସ୍ବରଚିତ କବିତା ପାଠ କରିଥିଲେ ।ସର୍ବ ପ୍ରଥମେ ସ୍ବଭାବ କବି ଗଙ୍ଗାଧର ମେହେର ଓ ମା’ ସମଲେଇ ଙ୍କ ଫଟୋ ଚିତ୍ର ରେ ଅତିଥି ଗଣ ଦୀପ ସହ ମାଲ୍ୟାର୍ପଣ କରିଥିବା ବେଳେ ଶେଷରେ ଅଧ୍ୟାପକ ସତ୍ୟ ନାରାୟଣ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ଅବସର ପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ନାୟକ ଓ ସମ୍ବାଦ ସାମ୍ବାଦିକ ଗଗନ ଶର୍ମା ସହଯୋଗ କରିଥିଲେ ।
Comments are closed, but trackbacks and pingbacks are open.