“ଆମ ରୋଷେଇ, ଆମ ଦାୟିତ୍ୱ” କାର୍ଯ୍ୟକ୍ରମ ଅନୁଷ୍ଠିତ

Get real time updates directly on you device, subscribe now.

{ ଜୟପୁରରୁ ଦେବଦତ୍ତ ପାଣିଙ୍କ ରିପୋର୍ଟ } : ଆଜି ତିନୋଟି ତୈଳ କମ୍ପାନୀ ତରଫରୁ ଗ୍ୟାସ ରନ୍ଧନ ସମୟର ସୁରକ୍ଷା ଏବଂ କମ ଗ୍ୟାସ ଉପଯୋଗ କରି କିଭଳି ରନ୍ଧନ କରାଯାଇ ପାରିବ ସେଥିପାଇଁ ସଚେତନ କରେଇବା ପାଇଁ ଜୟପୁର ଲେକ ପ୍ଲାସିଡ କଲ୍ୟାଣ ମଣ୍ଡପ ଠାରେ, “ଆମ ରୋଷେଇ, ଆମ ଦାୟିତ୍ୱ” କାର୍ଯ୍ୟକ୍ରମ କରାଯାଇଥିଲା l ଏଥିସହ ଏକ ରନ୍ଧନ ପ୍ରତିଯୋଗୀତା ର ଆୟୋଜନ କରାଯାଇଥିଲା ଯେଉଁଥିରେ ସୁସ୍ୱାଦୁ ଖାଦ୍ୟ ଅପେକ୍ଷା ରନ୍ଧନକାରୀ କିଭଳି ସୁରକ୍ଷିତ ଭାବରେ ଏବଂ କମ ଗ୍ୟାସ ରେ ରନ୍ଧନ କରିପାରୁଛି ସେଇ ଉଦ୍ଦେଶ୍ୟ ରଖି ଏକ ରନ୍ଧନ ପ୍ରତିଯୋଗୀତା କରାଯାଇଥିଲା l ଏଥିରେ ସମୁଦାୟ ୨୧ ଜଣ ମହିଳା ଭାଗ ନେଇଥିଲେ lଏହି ପ୍ରତିଯୋଗିତାରେ ଶ୍ରୀମତୀ ପୁଷ୍ପାଞ୍ଜଳି ରଥ ପ୍ରଥମ, ଶ୍ରୀମତୀ ଭାବଚନ୍ଦ୍ରିକା ଦେବି ଏବଂ ଶ୍ରୀମତୀ ରଶ୍ମି ପଟନାୟଜ ଦ୍ଵିତୀୟ ଏବଂ ଶ୍ରୀମତୀ ବବି ପଟନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ lଏହି କାର୍ଯ୍ୟକ୍ରମ ରେ ବିଚାରକ ଭାବରେ ଶ୍ରୀ ମଳୟ ପାତ୍ର, ଶ୍ରୀମତୀ ମମତାଞ୍ଜଳୀ ପାତ୍ର ଏବଂ ଶ୍ରୀ ପଦ୍ମନାଭ ହୋତା ବିଚାରକ ଭାବରେ ଯୋଗ ଦେଇଥିଲେ lଏହି କାର୍ଯ୍ୟକ୍ରମ ରେ ସମାଜସେବୀ ଶ୍ରୀମତୀ ବିନୋଦିନୀ ସାନ୍ତ୍ରାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ lଏହି କାର୍ଯ୍ୟକ୍ରମ କୁ ତୈଳ କମ୍ପାନୀର ଡିଷ୍ଟ୍ରିକ୍ଟ ନୋଡାଲ ଅଫିସର ଶ୍ରୀ ରାମପ୍ରବେଶ ସଭାପତିତ୍ୱ କରିଥିଲେ lଏହି କାର୍ଯ୍ୟକ୍ରମକୁ ସୁଶ୍ରୀ ପ୍ରଜ୍ଞା ପଣ୍ଡା ଏବଂ ଲିପ୍ସା ନାୟକ ମଞ୍ଚ ସଂଚାଳନ କରିଥିଲେ l

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons