{ ଜମନକିରାରୁ ଅବଦୁଲ ଗୁଲାମ କାଦିରଙ୍କ ରିପୋର୍ଟ } : କୁଚିଣ୍ଡା ନିର୍ବାଚନ କ୍ଷେତ୍ର ଜମନକିରା ବ୍ଲକ ବଡ଼ମାଲ ପଞ୍ଚାୟତ ରେ ଆର ଡ଼ି ବିଭାଗ ପକ୍ଷରୁ ଚାରି ମାସ ପୂବରୁ ପାଞ୍ଚ କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରାୟ ୧୬ ଲକ୍ଷ୍ୟ ୪୨ ହଜ଼ାର ଟଙ୍କା ଖର୍ଚ୍ଚ ହୋଇଥିଲା। ସରକାର ଲୋକଙ୍କୁ ମୌଳିକ ସୁଭିଧା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚକରିଥାନ୍ତି ଯେଉଁଥିରେ ରାସ୍ତା ତିଆରିକୁ ପ୍ରାଧାନ୍ୟ ଦିଆଯାଇଥାଏ। ଏଭଳି ପରିସ୍ଥିତି ରେ ବଡ଼ମାଲ ଗ୍ରାମ ରୁ ସୁଦବଲଣ୍ଡା ଗ୍ରାମକୁପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଚାରି ମାସ ପୂର୍ବରୁ ଏକ ଠିକା ସଂସ୍ଥା ଦ୍ୱାରା କରାଯାଇଛି। ଠିକା ସଂସ୍ଥା ଓ ଅଧିକାରୀଙ୍କ ମଧୁର ଚନ୍ଦ୍ରିକା ଯୋଗୁଁ ଏବେ ଏହି ରାସ୍ତା ରୁ ପିଚୁ ଉଠିବାକୁ ଲାଗୁଛି ବୋଲି ଗ୍ରାମ ବାସି ପ୍ରକାଶ କରିଛନ୍ତି। ଏପରିକି ରାସ୍ତା ନିର୍ମାଣ ସମୟରେ ଉକ୍ତ ଠିକା ସଂସ୍ଥା ପକ୍ଷରୁ ନିମ୍ନମାନର କାର୍ଯ୍ୟ କରୁଥିବା ଗ୍ରାମବାସୀ ଦେଖି ଠିକା ସଂସ୍ଥାକୁ ତାଗିଦ ମଧ୍ୟ କରିଥିଲେ। ଏଭଳି ପରି ପେକ୍ଷୀରେ ବର୍ତମାନ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ଉକ୍ତ ବିଭାଗୀୟ ମନ୍ତ୍ରୀ ଅଛନ୍ତି ଓ ଗ୍ରାମ ବାସି ଏହି ଘଟଣାକୁ ମନ୍ତ୍ରୀ ଙ୍କ ଦୃଷ୍ଟି ଗୋଚର କୁ ଆଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା କାମ ନିମ୍ନମାନ ର ହୋଇଥିବା ଗ୍ରାମରେ ଅଭିଯୋଗ ମଧ୍ୟ ହେଉଛି l ହେଲେ ଏହି ୫ କିମି ରାସ୍ତା ନିର୍ମାଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ସମ୍ପର୍କ ରେ ବିଭାଗ ପକ୍ଷରୁ କୌଣସି ଫଳକ ଲାଗି ନାହିଁ ସରକାରଙ୍କ ପକ୍ଷରୁ କେତେ ଟଙ୍କା ଖର୍ଚ୍ଚ କରାଯାଇଛି ତାହା ଜନ ସାଧାରଣ ଜାଣି ପାରୁନାହାନ୍ତି l ରାସ୍ତା ମରାମତି ର ୪ ମାସ ମଧ୍ୟ୍ୟରେ ରାସ୍ତାରୁ ପିଚୁ ଉଠି ଗୋଡି ମାଟି ବାହାରି ରାସ୍ତା ଖରାପ ହେବାକୁ ବସିଲାଣି l ରାସ୍ତା ତିଆରି ସମୟରେ ଠିକାଦାର ନିମ୍ନମାନ ର କାର୍ଯ୍ୟ କରୁଥିବା ନେଇ ଗ୍ରାମବାସୀ ମାନେ ଏହାର ପ୍ରତିବାଦ କରିବାରୁ ସେ ସମୟରେ ଗ୍ରାମବାସୀଙ୍କୁ ସେ ଆଶ୍ୱାସନା ଦେଇ ଭୂତେଇ ଦେଇ ନିମ୍ନମାନର କାର୍ଯ୍ୟ କରିଥିବା ଗ୍ରାମବାସୀ କହିଛନ୍ତି l ଏଣୁକରି ଏହାର ଯାଞ୍ଚ ସହିତ ଉକ୍ତ ରାସ୍ତାକୁ ତୁରନ୍ତ ମରାମତି ପାଇଁ ସାଧାରଣ ରେ ଦାବି ହେଉଛି। ଏ ସମ୍ପର୍କ ରେ ଜମନକିରା ଆର.ଡ଼ି ଅଧିକାରୀ ଅଶୋକ ଦାସ ଙ୍କୁ ପଚାରିବାରୁ ରାସ୍ତା ଖରାପ ପାଇଁ ସମ୍ପୂର୍ଣ ଭାବେ ଗ୍ରାମବାସୀ ଦାଇ। ଏହି କାର୍ଯ୍ୟ ହେଉଥିବା ବେଳେ ଗ୍ରାମବାସୀ ବିରୋଧ କରିଥିଲେ ଯାହା ପାଇଁ ପିଚୁ ଗାଡି ଦୀର୍ଘ ସମୟ ଧରି ଅଟକିଯାଇ ପିଚୁ ଥଣ୍ଡା ହୋଇ ତାର ଷ୍ଟାଇତ୍ୱ କମିଯାଇଥିଲା ଓ ସେହି ପିଚୁରେ କାମ କରାଯାଇଥିଲା ତେଣୁକରି ବର୍ତମାନ ଏଭଳି ପରିସ୍ଥିତି ଦେଖା ଦେଇଛି। ଆମେ ଏହି ରାସ୍ତା ମରାମତି ପାଇଁ ପୁଣି ଟେଣ୍ଡର ହୋଇଛି ଆସନ୍ତା ମାସରେ କାର୍ଯ୍ୟ ଆରମ୍ଭ ହେଲେ ଏହାକୁ ମଧ୍ୟ ମରାମତି କରିଦେବୁ ବୋଲି କହିଥିଲେ।
Comments are closed, but trackbacks and pingbacks are open.