{ କେନ୍ଦ୍ରାପଡ଼ା ବ୍ୟୁରୋ } : ପରକୀୟା ପ୍ରୀତି ଓ ଧାର ଟଙ୍କା ପାଇଁ ହତ୍ୟା l ମୁନିସିପାଲିଟି ଭେଣ୍ଡିଙ୍ଗ ଜୋନ କ୍ୟାବିନ ଭିତରେ ଦିନ ଦ୍ବିପହର ରେ ହତ୍ୟା l ବନିତା ହତ୍ୟା କାଣ୍ଡର ପର୍ଦ୍ଧଫlର୍ଶ କରି ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ l ଗତ 28 ତାରିଖ ଠାରୁ ବନିତା ନିଖୋଜ ନେଇ ପରିବାର ଲୋକେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ପରେ ଗତ 31 ତାରିଖରେ କ୍ୟାବିନ ରୁ ଦୁର୍ଗନ୍ଧ ଆସୁଥିବା ଖବର ପାଖ ଦୋକାନୀ ଥାନା କୁ ଖବର ଦେଇଥିଲେ l ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣlସ୍ଥଳ ରେ ପହଂଚି ବନିତା ର ଗଳିତ ଶଵ ପାଇଥିଲେ | ଘଟଣା କୁ ନେଇ ଉତେଜନା ଲାଗିରହିଥିଲା. ଯାହା ପୋଲିସ ପାଇଁ ଚାଲେଞ୍ଜ ଥିଲା. ତେବେ ଦୀର୍ଘ ତିନି ଦିନର ପରେ ପଟ୍ଟାମୁଣ୍ଡାଇ ପୋଲିସର ଏକ ଟିମ ପାଣିକୋଇଲି ପାଖରୁ ଆଖୁ ବିଲ ମଧ୍ୟରୁ ଅଭିଯୁକ୍ତ ସନ୍ତୋଷ ପରିଡା କୁ ଗିରଫ କରି କୋର୍ଟ ଚାଲାଣ କରିଛି l ପୋଲିସ ସୂଚନା ମୁତାବକ ବନିତା ଓ ସନ୍ତୋଷ ଉଭୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିଲା | ଦୀର୍ଘ ଦିନ ଧରି ଦୁହେଁ ଏକାଠି ରହିଥିବା ସୂଚନା ଦେଇଛନ୍ତି ପୋଲିସ | ତେବେ ପଇସା ପାଇଁ ଉଭୟଙ୍କ ମଧ୍ୟ ରେ ବଚସା ହେବା ଦୁହିଁଙ୍କ ମଧ୍ୟରେ ମାରପିଟ ହୋଇଥିଲା ପରେ କ୍ଷୁବ୍ଧ ହୋଇ ସନ୍ତୋଷ ତଣ୍ଟି ଚିପି ବନିତାକୁ ମାରିଦେଇ ପଲିଥିନ, ବେଡ଼ସିଟ ଓ ସେଲୋ ଟେପ ରେ ପ୍ୟାକ କରିଥିଲା l ପରେ କ୍ୟାବିନ ଛାଡି କୁଆଡେ ନିଖୋଜ ହୋଇଯାଇଥିଲେ | ଘଟଣା ର ଗୁରୁତ୍ୱ କୁ ଲକ୍ଷ କରି କେନ୍ଦ୍ରାପଡ଼ା ଏସପି ଙ୍କ ନିର୍ଦେଶ କ୍ରମେ 3ଟି ସ୍ୱତନ୍ତ୍ର ଟିମ ସନ୍ତୋଷକୁ ଧରିବା ପାଇଁ ଜାଲ ବିଛାଇଥିଲେ | ଶେଷରେ ପୋଲିସ ହାତରେ ଲାଗିଲା ସନ୍ତୋଷ | ଯାଜପୁର ଜିଲ୍ଲା ପାଣିକୋଇଲିରୁ ସନ୍ତୋଷ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ |
Comments are closed, but trackbacks and pingbacks are open.