{ କେନ୍ଦ୍ରାପଡ଼ା ବ୍ୟୁରୋ } : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବଡାମ୍ବିଳା ପଞ୍ଚାୟତ ସାହୁପଡ଼ା ଗ୍ରାମର ଜଣେ ମହିଳା ପ୍ରିତୀମୟୀ ଜେନା(୪୦) ଗତକାଲି ବିଳମ୍ବିତ ରାତିରେ ସେ ଶୋଇଥିବା ସମୟରେ ପ୍ରୀତି ଙ୍କ ଗୋଡ଼ କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା l ସାପ କାମୁଡିବା ପରେ ପ୍ରୀତି ଚିତ୍କାର କରିବାକୁ ଲାଗିଥିଲେ l ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ପ୍ରଥମେ ଆଳି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l ସେହିପରି ଗତକାଲି ବାଳକାଟୀ ପଞ୍ଚାୟତ ରଞ୍ଜନ ମଲିକ(୩୬), ବଡାମ୍ବିଳା ପଞ୍ଚାୟତ ବଡାମ୍ବିଳା ଗ୍ରାମର ରିତେଶ ନାୟକ(୨୧) ଙ୍କୁ ଓ ମହୁ ଗ୍ରାମ ର ଅନାଦି ଚରଣ ମହାନ୍ତି(୬୬) ଙ୍କୁ ମଧ୍ୟ ଗତକାଲି ସନ୍ଧ୍ୟା ରେ ବିଷାକ୍ତ କାମୁଡି ଦେବା ପରେ ସେମାନଙ୍କୁ ମଧ୍ୟ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି l ସେମାନଙ୍କ ମଧ୍ୟ ରୁ ବଡଆଙ୍କୋ ଗ୍ରାମ ର ରଞ୍ଜନ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଥିଲା l ସେହିପରି ଆଜି ପ୍ରୀତି ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠା ଯାଇଛି l ଚିନ୍ତା ର ବିଷୟ ଚଳିତ ବର୍ଷ ତିନି ତିନି ଥର ବନ୍ୟା ଆସିବା ଫଳରେ ସାପ ଗୁଡିକ ବିଲ ବାଡ଼ି ଛାଡ଼ି ରାସ୍ତା ଓ ଘର କୁ ପ୍ରବେଶ କରିଛନ୍ତି l ଦୈନିକ ୪ ରୁ ୫ ଜଣ ଲୋକେ ସର୍ପାଘାତ ର ଶିକାର ହୋଇ ଆଳି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସୁଥିବା ଦେଖିବାକୁ ମିଳୁଛି l ବହୁ ଜନଜୀବନ ପ୍ରାଣ ହରାଉଥିବା ମଧ୍ୟ ଦେଖିବାକୁ ମିଳୁଛି l କିନ୍ତୁ ଦୁଃଖ ଓ ପରିତାପର ବିଷୟ ବଜ୍ରାଘାତ ଓ ସର୍ପାଘାତ ସଚେତନତା ପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଆଳି ବ୍ଲକ ପ୍ରଶାସନ ପକ୍ଷ ରୁ ଏହା ପରିଲକ୍ଷିତ ହେଉ ନ ଥିବା ନେଇ ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି l
Comments are closed, but trackbacks and pingbacks are open.