ଖବର ବାଜିଲା ପ୍ରଶାସନର ନଜର ପଡିଲା

Get real time updates directly on you device, subscribe now.

{ କୁଜଙ୍ଗରୁ ମନୋଜ କୁମାର ଜେନାଙ୍କ ରିପୋର୍ଟ } : ବିଶ୍ଵବିଜୟୀର ମହାପ୍ରଭାବ | ଦୀର୍ଘ ୧୦ ବର୍ଷ ପରେ କୁମ୍ଭ ନିଦ୍ରାରୁ ଉଠିଲେ ବିଭାଗୀୟ ଅଧିକାରୀ ସମେତ ସମ୍ପୃକ୍ତ ଠିକାଦାର | ବର୍ତ୍ତମାନର ବଡ ଖବର ଯାହା ଆମ ପପାଖରେ ପହଁଚିଛି l ବିଶ୍ଵବିଜୟୀ ର ମହାପ୍ରଭାବ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ କନୀମୂଳ, ଦାଇଁଲୋ ଓ ଗୋପାଳପୁର ପଞ୍ଚାୟତରେ l୧୦ ବର୍ଷ ଧରି ଦଳ, ମାଟି, ଗଛ ଓ ଅନାବନା ଘାସ ରେ ପୋତି ହୋଇ ରହିଥିବା କେନାଲ ଆଜି ତତ୍ପରତାର ସହ ସଫେଇ କାମ ଆରମ୍ଭ ହେଇଯାଇଛି l ଓଡିଶା ର ନିର୍ଭିକ ଚ୍ୟାନେଲ ବିଶ୍ଵବିଜୟୀ ର ଖବର ପ୍ରସାରଣ ପରେ କୁମ୍ଭ ନିଦ୍ରାରୁ ଉଠି ତପ୍ତରତା ଦେଖାଇଛନ୍ତି ବିଭାଗୀୟ ଅଧିକାରୀ ସମେତ ସମ୍ପୃକ୍ତ ଠିକାଦାର l ଆମେ ଆପଣଙ୍କୁ କହୁଛୁ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ବାୟା ଅବଧୂତ ବିଦ୍ୟାଳୟ ନିକଟରୁ ବାହାରି ଦାମୋଦରପାଟଣା, ଦାଇଁଲୋ ଦେଇ କାଳିଆନନା ବାରି ପର୍ଯ୍ୟନ୍ତ ଯାଇଥିବା କେନାଲ ସଫେଇ ସମସ୍ୟା ବିଷୟରେ l ଦୀର୍ଘ ୧୦ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା କେନାଲ ଯାହାକି ୩ ପଞ୍ଚାୟତ ର ଶତାଧିକ ଚାଷୀ ମାନଙ୍କ ସ୍ୱାର୍ଥରେ ଲାଗୁନଥିଲା ଏବଂ ସମ୍ପୃକ୍ତ ସମସ୍ୟା କୁ ନେଇ ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବିଭାଗୀୟ ଜଳସେଚନ ଅଧିକାରୀ ପର୍ଯ୍ୟନ୍ତ ଚାଷୀ ମାନେ ଅବଗତି କରାଇଥିଲେ ମଧ୍ୟ କାହାର ମଧ୍ୟ ଏହି ସ୍ଥାନୀୟ ଚାଷୀ ମାନଙ୍କ ପ୍ରତି ଦରଦ ନଥିଲା ବୋଧ ହୁଏ ସରକାରୀ ଅନୁଦାନ ରାଶି କୁ ହରି ଲୁଟ କରି ଦୀର୍ଘ ୧୦ ବର୍ଷ ଧରି ନିଜ ପକେଟ ଗରମ କରିଆସୁଥିଲେ ଠିକାଦାର ସମେତ ବିଭାଗୀୟ ଅଧିକାରୀ lକିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଗଣମାଧ୍ୟମ ପାଖରେ ଏ ଖବର ପହଞ୍ଚିଲା ଓ ଆମ ପ୍ରତିନିଧି ବିଭାଗୀୟ ଅଧିକାରୀ ଙ୍କ ସହ ୟେ ସମ୍ପର୍କିତ ଆଲୋଚନା କରିଥିଲେ ଏବଂ ଉତ୍ତରରେ ସେ କହିଥିଲେ ଯେ, ୟେ ସମସ୍ୟା ଆମ ଦୃଷ୍ଟିଗୋଚର ହେଇନାହିଁ ଆପଣ ମୋବାଇଲ whatsapp ମାଧ୍ୟମରେ କେନାଲର ଫୋଟୋ ଚିତ୍ର ପଠାଇଲେ ଆମେ କାର୍ଯ୍ୟର ତଦନ୍ତ କରିବା ସହ ସମ୍ପୃକ୍ତ ଅଞ୍ଚଳରେ କେନାଲର ସଫେଇ କାର୍ଯ୍ୟ ଆରମ୍ଭ କରାଇବୁ l ତେବେ ୨୪ ଘଣ୍ଟା ମଧ୍ୟରେ ଅଧିକାରୀ ସମସ୍ୟା ବିଷୟରେ ଅବଗତ ହୋଇ ତୁରନ୍ତ ସଫେଇ କାର୍ଯ୍ୟକୁ ପୁନରାୟ ଆରମ୍ଭ କରିଛନ୍ତି |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons