{ ବଲାଙ୍ଗୀରରୁ ଅଞ୍ଜୁ ପୃଷ୍ଟିଙ୍କ ରିପୋର୍ଟ } : ବଲାଙ୍ଗୀର ରାଜେନ୍ଦ୍ର ପଡା ନିବାସୀ କୁନି ଝିଅ ଅନଭିକା ତ୍ରିପାଠୀ ବୟସ ମାତ୍ର ୨ ବର୍ଷ ୬ ମାସ ତାଙ୍କର ଅସାଧାରଣ ସ୍ମରଣ ଶକ୍ତି ଥିବାରୁ ତାଙ୍କ ନାମ ରେ ଗତ ଅଗଷ୍ଟ ୧୪ ତାରିଖରେ ଇଣ୍ଡିଆ ବୁକ ଅଫ ରେକର୍ଡ-୨୦୨୫ରେ ସ୍ଥାନ ପାଇଛି । ଥରେ ଶୁଣି ସେ ମନେ ରଖି ପାରନ୍ତି ଏବଂ ତାକୁ କହି ପାରନ୍ତି । ପଚାରି ଥିବା ପ୍ରଶ୍ନ ଶୁଣୁ ଶୁଣୁ ନିର୍ଭୁଲ ଭାବରେ ଉତ୍ତର ଦେଇ ପାରୁଛନ୍ତି। ସେ ମନୋନୀତ ହୋଇ ଥିବା ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ ଗୁଡିକ ହେଲା ଏ ଫର ଏପଲ ରୁ ଜେଡ ଫର ଜେବ୍ରା, ୧ ରୁ ୨୦ ସଂଖ୍ୟା, ଶରୀରର ଅଙ୍ଗ, ପଶୁମାନଙ୍କର ନାମ, ୭ ଦିନର ନାମ, ଯାନବାହାନର ନାମ, ଫଳର ନାମ, କାର୍ଯ୍ୟ ଶବ୍ଦ ଗୁଡିକ, ଋତୁର ନାମ, ରଙ୍ଗର ନାମ, ସ୍ଲୋଗାନ, ଜାତୀୟ ପ୍ରତ୍ୟେକ ରାଜ୍ୟ, ଦେଶ ନାମ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନାମ, ଓଡିଆ ରାଇମ୍ସ, ହିନ୍ଦି ରାଇମ୍ସ, ଇଂରାଜୀ ରାଇମ୍ସ, ପନିପରିବା ନାମ, ଗାୟତ୍ରୀ ମନ୍ତ୍ର ଇତ୍ୟାଦି ନିର୍ଭୁଲ ଭାବରେ ଉତ୍ତର ଦେଇପାରୁଛନ୍ତି ଅନଭିକା ବଲାଙ୍ଗୀର ରାଜେନ୍ଦ୍ର ପଡା ନିବାସୀ ଉପଜିଲାପାଳ ଅଫିସ କାର୍ଯ୍ୟରତ କର୍ମଚାରୀ ଅଶୋକ କୁମାର ତ୍ରୀପାଠି ଓ ମାନସୀ ହୋତାଙ୍କ ଝିଅ । ତାଙ୍କର ଏହି ପ୍ରତିଭା ବଲାଙ୍ଗୀର ପାଇଁ ଗୌରବ ଆଣି ଦେଇଛି। ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବାରୁ ପ୍ରଶଂସା ଓ ଶୁଭେଚ୍ଛୁର ସୁଅ ଛୁଟୁଛି |
Comments are closed, but trackbacks and pingbacks are open.