{ ବରଗଡରୁ ଗୌର ସାହୁଙ୍କ ରିପୋର୍ଟ } : ଦାଦନ ଶ୍ରମିକ ପ୍ରବଣ ବ୍ଲକ ମାନଙ୍କରେ ଦାଦନ ସମସ୍ୟା ଦୂର କରିବା ପାଇଁ ଓଡ଼ିଶା ସରକାର ମନରେଗା ଯୋଜନା ରେ ୩୦୦ ଦିନ ମଜୁରୀ ପ୍ରଦାନ କରୁଛନ୍ତି । ମନରେଗା ଯୋଜନା ରେ ସରକାର ନିଶ୍ଚିତ ଭାବେ ଜବ କାର୍ଡ ପ୍ରତି ୧୦୦ କାର୍ଯ୍ୟ ଦିବସ ଯୋଗାଇଦେବେ ଏବଂ ସରକାର ତରଫରୁ ଏହା କାର୍ଯ୍ୟକାରୀ ମଧ୍ୟ ହେଉଅଛି । ଝାରବନ୍ଧ ବ୍ଲକ ରେ ପୂର୍ବରୁ ୩୦୦ ଦିନ କାର୍ଯ୍ୟ ଦିବସ ଦିଆଯାଉଥିଲା ଏବଂ ଏବେ ୧୦୦ ଦିନ ଦିଆଯାଉଛି ଯାହା ଗୋଟେ ପରିବାର ପାଇଁ ପର୍ଯ୍ୟାପ୍ତ ହୋଇ ପାରୁ ନାହିଁ ଯଦ୍ୱାରା ସେହି ପରିବାର ଲୋକେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ଆଜି ଝାରବନ୍ଧ ବ୍ଲକ ଅନ୍ତର୍ଗତ ଧନେଶ୍ୱର ଗ୍ରାମ ର ଶତାଧିକ ମହିଳା ପୁରୁଷ ୧୦୦ ରୁ ଉର୍ଦ୍ଧ୍ବ ଅତିରିକ୍ତ କାର୍ଯ୍ୟ ଦିବସ ଯୋଗାଇଦେବା ପାଇଁ ଝାରବନ୍ଧ ବିଡ଼ିଓ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି । କେତେକ ଜବକାର୍ଡ ଧାରୀ ୧୦୦ ଦିନ ର ଶ୍ରମିକ ଦିବସ କାର୍ଯ୍ୟ କରି ସାରିଛନ୍ତି ଯଦ୍ୱାରା ଅନ୍ୟ କାମ ଉପରେ ନିର୍ଭର କରିବାକୁ ପଡୁଥିବା ଜଣାଇଛନ୍ତି । ଅଧିକ ଶ୍ରମ ଦିବସ ସୃଷ୍ଟି କରି କାମ ଯୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି ।
Comments are closed, but trackbacks and pingbacks are open.