{ ବଲାଙ୍ଗୀରରୁ ଅଞ୍ଜୁୁ ପୃଷ୍ଟିଙ୍କ ରିପୋର୍ଟ } : ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ ପ୍ରତାରଣା ଅଭିଯୋଗ । ନ୍ୟାୟ ଦାବିରେ ଥାନାର ଦ୍ୱାରସ୍ଥ ହେଲେ ଯୁବତୀ । ଏଭଳି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ପୂଇଁତଲା ଥାନା ଅନ୍ତର ଗତ ବଥର୍ଲା ଗାଁ ରୁ । ମିଳିଥିବା ସୂଚନା ଅନୁସାରେ ପୂଇଁତଲା ଥାନା ଅଂଚଳର ଜଣେ ଯୁବତୀ ଦଶପୁର ଗ୍ରାମର ଜଣେ ଯୁବକ ଙ୍କୁ ଭଲ ପାଇଥିଲେ । ଯୁବକ ଜଣକ ତାଙ୍କୁ କୋର୍ଟ ମ୍ୟାରେଜ୍ କରିବେ ବୋଲି ପ୍ରସ୍ତାବ ଦେଇଥିଲେ । ଏବଂ ତାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ଗତ କିଛିଦିନ ହେବ ସେ ତାଙ୍କୁ ଆଉ ଧରା ଛୁଆଁ ଦେଉ ନାହାନ୍ତି । ଯାହାଫଳରେ ଯୁବତୀ ଜଣକ ଅନେକ ଥର ଥାନା ର ଦ୍ବାରସ୍ଥ ହୋଇଛନ୍ତି ଏହି ଯୁବତୀ ଜଣକ ଏକ ଭିନ୍ନକ୍ଷମ ହେଲେ ମଧ୍ୟ ତାଙ୍କୁ କୌଣସି ନ୍ୟାୟ ମିଳି ପାରି ନାହିଁ ସେ ଏବେ ପାଞ୍ଚ ମାସର ଗର୍ଭବତୀ ଥିବା କହିଛନ୍ତି l ପୁଁଇତଲା ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ କିଛି ନ୍ୟାୟ ନ ମିଳିବାରୁ ଆଜି ସେ ବାଧ୍ୟ ହୋଇ ଜିଲ୍ଲା ଆରକ୍ଷକ ଅଧିକାରୀ ଙ୍କୁ ଭେଟି ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି |
Comments are closed, but trackbacks and pingbacks are open.