{ କୁନ୍ଦୁରାରୁ ନିରଞ୍ଜନ ପାଣିଙ୍କ ରିପୋର୍ଟ } : କୋରାପୁଟ ଜିଲ୍ଲା କୁନ୍ଦୁରାବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ ହୋଇଯାଇଛି l ବିଡିଓ ପି.ମନସ୍ମିତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ରୂପୁ ଭତ୍ରା ,ସମ୍ମାନୀତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ,ବ୍ଲକ ଅଧ୍ୟକ୍ଷା ବନିତା କାନ୍ଦଲିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଧା ବିନୋଦ ସାମନ୍ତରାୟ,ଜିଲ୍ଲା ପରିଷଦ ସଭ୍ୟା କନକ ଲତା ପେଣ୍ଠିଆ,ସରପଞ୍ଚ ଏବଂ ସମିତି ସଭ୍ୟ ସଭ୍ୟା ଯୋଗଦେଇ ଥିଲେ l ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ l ଆଜିର ଏହି ଶିବିରରେ ୩୦୮ ଜଣ ଭିନ୍ନକ୍ଷମ ନାମ ପଞ୍ଜୀକରଣ କରିଛନ୍ତି l ସେମାନଙ୍କ ମଧ୍ୟରୁ ମୂକ ଓ ବଧିର ୬୫ ଜଣ, ଦୃଷ୍ଟି ବାଧିତ ୩୧,ଅସ୍ଥିସଲ୍ୟ ୧୦୫,ମାନସିକ ୮୨, ରକ୍ତ ଶିକୁଳୀ ୨୫ ଜଣ ରହିଛନ୍ତି l ସେଥିରୁ ୯୭ ଜଣଙ୍କୁ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଯୋଗାଇ ଦେବାକୁ ଚିହ୍ନଟ କରାଯାଇଥିବା ବି ଏସ୍ ଏସ୍ ଓ ବଳିରାମ ଭତରା ସୂଚନା ଦେଇଛନ୍ତି I ଅତିଥି ମାନଙ୍କ ଦ୍ଵାରା ପାଞ୍ଚ ଜଣଙ୍କୁ ହୁଇଲ ଚେୟାର ଓ ଦୁଇ ଜଣଙ୍କୁ ବିଧବା ଭତ୍ତା ପ୍ରଦାନ କରାଯାଇଥିଲା l ଶିବିରରେ ବିଶେଷଜ୍ଞ ଡାକ୍ତର କିଷାନ ସାହୁ, ସୁଜିତ ସାହୁ, ଶିବାନନ୍ଦ ବୁଦ୍ଧିଆ, ଦେବାଶିଷ ମହାପାତ୍ର,ଏସ୍ ଏସ୍ ମିଶ୍ର, ଏବଂ ସବ୍ୟସାଚୀ ମହାପାତ୍ରଙ୍କ ସମେତ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଊପସ୍ଥିତ ରହି ଦିବ୍ୟାଙ୍ଗଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ପ୍ରମାଣ ପତ୍ର ନ ଥିବା, ଅବଧି ସରିଯାଇଥିବା ଓ ନବୀକରଣ କରାଯିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ l ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା,ମହିଳା ଓ ଶିଶୁ ବିକାଶ ବିଭାଗୀୟ ଅଧିକାରୀ,କର୍ମଚାରୀ, ବାଣୁଆଗୁଡ଼ା ଅରବିନ୍ଦ କଲେଜର ଛାତ୍ରଛାତ୍ରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବ୍ଲକର ସମସ୍ତ ଅଧିକାରୀ,କର୍ମଚାରୀ ସହଯୋଗ କରିଥିଲେ l ବି ଏସ୍ ଏସ୍ ଓ ଶ୍ରୀ ଭତରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ବ୍ଲକ କାର୍ଯ୍ୟକ୍ରମ ସହାୟକ ବସନ୍ତ କୁମାର ଭୋଳ ପରିଚାଳନାରେ ସହଯୋଗ କରିଥିଲେ l


Comments are closed, but trackbacks and pingbacks are open.