ରକ୍ତଦାନ କରି ଛୋଟ ଶିଶୁର ଜୀବନ ବଞ୍ଚାଇଲେ ସାମ୍ବାଦିକ ଜୟକୃଷ୍ଣ

Get real time updates directly on you device, subscribe now.

{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ } : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମେଡ଼ିକାଲରେ ଜଣେ ୫ବର୍ଷର ଛୋଟ ଶିଶୁ ରକ୍ତ ଶିକୁଳି ରୋଗରେ ଆକ୍ରାନ୍ତ ହୋଇ ଗତ ଦୁଇ ଦିନ ହେଲା ରକ୍ତ ଟିକେ ପାଇଁ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ଏଭଳି ସ୍ଥିତିରେ ଖବର ପାଇ ସହାୟତାର ହାତ ବଢ଼େଇଛନ୍ତି ଭଞ୍ଜନଗର ଅଞ୍ଚଳର ଜଣେ ବରିଷ୍ଠ ସାମ୍ବାଦିକ।ଯାହା ଫଳରେ ଏହି ଛୋଟ ନିଷ୍ପାପ ଶିଶୁଟିର ଜୀବନ ବଞ୍ଚି ଯାଇଛି।ପେଷାରେ ସେ ଜଣେ ସାମ୍ବାଦିକ ହେଲେ ମଧ୍ୟ ନିଶା ସମାଜସେବା।ଅନେକ ସମୟରେ ଖବର ସଂଗ୍ରହ କରିବାକୁ ମେଡ଼ିକାଲ କୁ ଯାଇଥିବା ବେଳେ ରୋଗୀଙ୍କ ଅସୁବିଧାକୁ ଦେଖି ନିଜେ ରକ୍ତଦାନ କରି ଆସିଛନ୍ତି।ସେ ହେଉଛନ୍ତି ଜୟକୃଷ୍ଣ ପଟ୍ଟନାୟକ।ଭଞ୍ଜନଗର ବ୍ଲକ ଗାଲେରୀ ଗ୍ରାମର ଗିରିଜା ନାୟକ ଓ ସନ୍ତୋଷିନୀ ନାୟକଙ୍କ ୫ବର୍ଷର ଶିଶୁପୁତ୍ର ରୋମିଓ ଗତ ଦୁଇ ଦିନ ହେଲା ଚିକିତ୍ସା ପାଇଁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗିରିଜା ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟରେ କାମ କରୁଥିବା ବେଳେ ଘରେ ଥିବା ତାଙ୍କ ବୃଦ୍ଧା ମାଆ ଓ ପତ୍ନୀ ସନ୍ତୋଷିନୀ ରୋମିଓକୁ ମେଡ଼ିକାଲ ଆଣିଥିଲେ। ପ୍ରଥମ ଦିନ ରୋମିଓକୁ ଓଡ଼ିଶା ରକ୍ତ ଭଣ୍ଡାର ତରଫରୁ ଗୋଟିଏ ୟୁନିଟ ରକ୍ତ ପ୍ରଦାନ କରାଯାଇଥିଲା।ପୁଣି ଆଉ ଏକ ୟୁନିଟ ରକ୍ତର ଆବଶ୍ୟକତା ଥିବା ବେଳେ ତାର ମାଆ ସନ୍ତୋଷିନୀ ୨ଦିନ ହେଲା ରକ୍ତ ଯୋଗାଡ଼ରେ ଲାଗି ପଡ଼ିଥିଲେ।ହେଲେ ସଫଳ ହୋଇ ନଥିଲେ।ଏହାକୁ ନେଇ ସେ ଚିନ୍ତିତ ଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ନିଜ ଅସୁବିଧା ସମ୍ପର୍କରେ ଭଞ୍ଜନଗର ସହରର ବରିଷ୍ଠ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକଙ୍କୁ ନିଜ ଦୁଃଖ ଜଣାଇଥିଲେ। ସଙ୍ଗେ ସଙ୍ଗେ ଶ୍ରୀ ପଟ୍ଟନାୟକ ଆସି ରକ୍ତଦାନ କରିଥିଲେ।ଏହାଦେଖି ସନ୍ତୋଷିନୀ ପ୍ରତି ବଦଳରେ ସାମ୍ବାଦିକ ଶ୍ରୀ ପଟ୍ଟନାୟକଙ୍କୁ ଏଭଳି ସାହାଯ୍ୟ ପାଇଁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ ଏଥି ପୂର୍ବରୁ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ବର୍ତ୍ତମାନ ସୁଦ୍ଧା ମୋଟ ୭୮ଜଣଙ୍କୁ ରକ୍ତଦାନ କରିଛନ୍ତି।ଯାହାକୁ ନେଇ ସେ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ଶ୍ରେଷ୍ଠ ରକ୍ତଦାତା ଭାବେ ସମ୍ମାନିତ ହୋଇଛନ୍ତି।ଏତଦ୍ ବ୍ୟତୀତ ଶ୍ରୀ ପଟ୍ଟନାୟକ ଦୁର୍ଘଟଣାରେ ପୀଡିତ ବ୍ୟକ୍ତିଙ୍କୁ ମେଡ଼ିକାଲ ରେ ପହଞ୍ଚାଇବା ଭଳି ଅନେକ ସମାଜସେବା କାର୍ଯ୍ୟ ମଧ୍ୟ ଜାରି ରଖିଛନ୍ତି।ଏଥିସହ ସେ ଜଣେ ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ ଓ ଅଭିନେତା ଭାବରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଖ୍ୟାତି ଅର୍ଜନ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons