ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ସଚିବଙ୍କ ସମୀକ୍ଷା

Get real time updates directly on you device, subscribe now.

{ କୋରାପୁଟରୁ ଦେବଦତ୍ତ ପାଣିଙ୍କ ରିପୋର୍ଟ } : ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ସଚିବ ପ୍ରେମଚନ୍ଦ୍ର ଚୌଧୁରୀ ଦୁଇ ଦିନିଆ ଗସ୍ତ କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ।ଏହାପରେ କୋରାପୁଟ ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ସମସ୍ତ ଯୋଜନା ଏବଂ ସମସ୍ୟାଗୁଡ଼ିକର ସମୀକ୍ଷା କରିଥିଲେ। କୋରାପୁଟ ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ବିଭିନ୍ନ ସୂଚକଗୁଡ଼ିକର ସମୀକ୍ଷା କରିଥିଲେ।ଏହା ସହିତ ବିଶ୍ୱ ମାଛ ଦଳ ନୋଡାଲ ସଚିବଙ୍କୁ ପିଞ୍ଜରା ମତ୍ସ୍ୟପାଳନ ବ୍ୟବସ୍ଥାର ମୂଲ୍ୟାଙ୍କନ କରିଥିଲେ। ସେ ପ୍ରତିଶ୍ରୁତି ଦେଇଥିଲେ ଯେ ବିଭାଗ ସହିତ ଜଡିତ ସମସ୍ତ ସମସ୍ୟା ମୁଖ୍ୟ ସଚିବଙ୍କ ସମ୍ମୁଖରେ ମୂଲ୍ୟାଙ୍କନ କରାଯିବ ଏବଂ ଜିଲ୍ଲାର ବିକାଶ ପାଇଁ ଖୁବ ଶୀଘ୍ର ସମାଧାନ କରାଯିବ। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବରଙ୍କ ସହ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons