ଗଞ୍ଜେଇ ବିରୋଧୀ ଅଭିଯାନ ସଫଳତାରେ ଗଜପତି ଏସପିଙ୍କ ସମେତ ୪ ପୋଲିସ ଅଧିକାରୀ ସମ୍ମାନିତ

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ରୋକିବାରେ ସଫଳତା ପାଇଁ ଗଜପତି ଏସ୍‌ପି ଓ ଜିଲ୍ଲାର ୨ ଥାନା ଓ ଗୋଟିଏ ଫାଣ୍ଡିର ପୁଲିସ ଅଧିକାରୀଙ୍କୁ ଡିଜିପି ଯୋଗେଶ ବାହାଦୂର ଖୁରାନୀୟା ସମ୍ମାନିତ କରିଛନ୍ତି। ଚାରି ଅଧିକାରୀ ହେଲେ ଆର ଉଦୟଗିରି ର ସ୍ୱପ୍ନା ରାଣୀ ବେହେରା, ଏସ୍ ଆଇ ସାନ୍ଦିପ ହେମ୍ରମ ମୋହନା ଥାନାର ଏସ୍‌ଆଇ ପଙ୍କଜ ଦାସ ଓ ଚନ୍ଦ୍ରଗିରି ପାଣ୍ଡି ଅଧିକାରୀ ସୁନୀଲ କୁମାର ସେଠୀ ସୂଚନା ପ୍ରକାରେ ଉପରୋକ୍ତ ଥାନା ଓ ଫାଣ୍ଡି ଅଞ୍ଚଳରେ ଅବାଧ ଗଞ୍ଜେଇ ଚାଷ ଠାରୁ ବ୍ୟାପକ ଗଞ୍ଜେଇ ଚାଲାଣ ହେଉଛି। ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ୱରେ ଗଞ୍ଜେଇ ଚାଷ ନଷ୍ଟ ଓ ଜବତ ପାଇଁ ଓ ଧରପଗଡ଼କୁ ବ୍ୟାପକ କରାଯାଇଥିଲା | ଗଞ୍ଜେଇ ଚାଷ ନଷ୍ଟ ସହ ଜବତ କରିବାରେ ବହୁ ମାତ୍ରାରେ ସଫଳତା ମିଳିଥିଲା I ଯାହାକୁ ଦୃଷ୍ଟିରେ ରଖି ପୋଲିସ ଡିଜିପି ସେମାନଙ୍କୁ ରାଜ୍ୟ ପୋଲିସ ଭବନରେ ସମ୍ମାନିତ କରିଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲ କାନ୍ତ ମହାନ୍ତି, ଆର୍ ଉଦୟଗିରି ଏସ୍‌ଡିପିଓ ରାକେଶ ସାହୁ, ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକଙ୍କ ସହ ପୁଲିସ ପଦାଧୀକାରୀ ଓ କର୍ମଚାରୀ ସମ୍ମାନିତ ହୋଇଥିବା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons