ମା ଠାକୁରାଣୀ ଙ୍କ ଯାତ୍ରା ଦ୍ଵିତୀୟ ପ୍ରସ୍ତୁତି ବୈଠକ ସଫଳତାର ସହିତ ଅନୁଷ୍ଠିତ

Get real time updates directly on you device, subscribe now.

{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ } : ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ମା’ ଠାକୁରାଣୀ ଙ୍କ ଯାତ୍ରା-୨୦୨୬, ଦ୍ଵିତୀୟ ପ୍ରସ୍ତୁତି ବୈଠକ ଆଜି ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ସଫଳତାର ସହିତ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ ଭି, ସିଡ଼ିଓ ଓ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଗଞ୍ଜାମ ଶ୍ରୀଯୁକ୍ତ ସମୀର କୁମାର ଜେନା,ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରା , ଅଧକ୍ଷ ପୌରପରିଷଦ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ତଥା ଅନ୍ୟ ସମସ୍ତ ପ୍ରଶାସନିକ ଓ ସରକାରୀ ଅଧିକାରୀ ଏବଂ ଯାତ୍ରା କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ଯାତ୍ରାର ସମସ୍ତ ପ୍ରସ୍ତୁତିକାର୍ଯ୍ୟ, ନିରାପତ୍ତା ବ୍ୟବସ୍ଥା, ସ୍ବାସ୍ଥ୍ୟ, ଅଗ୍ନି ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ପାନୀୟଜଳ ବ୍ୟବସ୍ଥା, ଶାନ୍ତିଶୃଙ୍ଖଳା, ସାମ୍ବଳିକ ବିବରଣୀ, ସୂଚନା କେନ୍ଦ୍ର ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ବିଷୟ ଉପରେ ପୂର୍ବ ପ୍ରସ୍ତୁତି ବୈଠକ ର ବିସ୍ତୃତ ସମୀକ୍ଷା ହୋଇଛି। ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ ଏବଂ ଜିଲ୍ଲାପାଳ ମହୋଦୟ ସମସ୍ତଙ୍କୁ ଯାତ୍ରାକୁ ଆହୁରି ଫଳପ୍ରଦ , ଆକର୍ଷଣୀୟ ଓ ନିରାପଦ କରିବାକୁ ପରାମର୍ଶ ଦେଇଛନ୍ତି । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ ଅବଗତ କରିଛନ୍ତି ଯେ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ବହୁ ବିଶିଷ୍ଟ ମାନ୍ୟ ଗଣ୍ୟ ବ୍ୟକ୍ତିମାନେ ଯାତ୍ରାରେ ଯୋଗଦାନ କରିବେ , ଏବଂ ଯାତ୍ରାକୁ ଅଧିକ ସରସ , ସୁନ୍ଦର ତଥା ଆକର୍ଷଣୀୟ କରିବାପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଛନ୍ତି । ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଯାତ୍ରା ଅନୁଷ୍ଠାନ ସମୟରେ ସମସ୍ତ ବିଭାଗର ସମ୍ପୂର୍ଣ୍ଣ ସହଯୋଗରେ କାର୍ଯ୍ୟ କରାଯିବ।ଏହି ଯାତ୍ରା ଭଞ୍ଜନଗର ବ୍ଲକର ଜନସାଧାରଣଙ୍କ ପାଇଁ ଏକ ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ଉତ୍ସବ ଭାବେ ପରିଚିତ ଏବଂ ଏହି ବୈଠକ ଐତିହାସିକ ପର୍ବର ସମସ୍ତ ବ୍ୟବସ୍ଥାପନା ସମନ୍ୱୟ କରିବା ସହ ଭକ୍ତମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବ ବୋଲି ସର୍ବସାଧାରଣଙ୍କୁ ଅବଗତ କରାଯାଇଛି ।ବୈଠକ ଶେଷରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଟୁଲିଆମା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons