ବଡ଼କୋଦଣ୍ଡା କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

Get real time updates directly on you device, subscribe now.

{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ } : ଭଞ୍ଜନଗର ବ୍ଳକ୍ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଅଧୀନସ୍ଥ ବଡ଼କୋଦଣ୍ଡା କ୍ଲଷ୍ଟରର ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ପାଇଁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ। ଆଜି ଅଗଷ୍ଟ ମାସ ୧୬ ତାରିଖ, ୮୦ ତମ ସ୍ବାଧିନତା ଦିବସ ପାଳନର ଠିକ୍ ପରବର୍ତ୍ତୀ ଦିନ। ଆଜକୁ ମାତ୍ର ଗୋଟିଏ ଦିନ ପୂର୍ବରୁ ମହା ଆନନ୍ଦ ଉଲ୍ଲାସରେ ଦେଶ ପାଳନ କରୁଥିଲା ତାହାର କଷ୍ଟ ଲବ୍ଧ ସ୍ଵତନ୍ତ୍ରତା ଦିବସ। ସେହି କ୍ରମରେ ବଡ଼କୋଦଣ୍ଡା କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ଏହି ପବିତ୍ର ଦିବସ ଉଲ୍ଲାସର ସହ ପାଳନ କରିବା ପରେ ପରବର୍ତ୍ତୀ ଦିନ ୧୬ ଅଗଷ୍ଟ ୨୦୨୬ ତାରିଖ ରବିବାର ଦିନ ବଡ଼କୋଦଣ୍ଡା କ୍ଲଷ୍ଟର ଏଲିମେଣ୍ଟାରୀ ଶିକ୍ଷକ-ଶିକ୍ଷୟିତ୍ରୀ ପରିବାର ପକ୍ଷରୁ ଅବସର ଗ୍ରହଣ କରିସାରିଥିବା ଦୁଇଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବଡ଼କୋଦଣ୍ଡା କ୍ଲଷ୍ଟରର ଟୋକାଗଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ଉତ୍ସବରେ ଉପେନ୍ଦ୍ର ଭଞ୍ଜ ପି ଏମ୍ ଶ୍ରୀ ସରକାରୀ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀ ମତି ଜ୍ୟୋତ୍ସ୍ନା ରାଣୀ ନାୟକ ଏବଂ ବଡ଼କୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ନିଳାଞ୍ଚଳ ପ୍ରଧାନ ଙ୍କୁ ମାନପତ୍ର, ଉପଢ଼ୌକନ, ଫୁଲତୋଡ଼ା, ଗୀତା ବହି, ଟ୍ରଫି ଓ ପେନ୍ ଦେଇ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ବଡ଼କୋଦଣ୍ଡା ବିଦାୟୀ ସିଆରସିସି ଶ୍ରୀ ମୋହନ ସାହୁ ଏବଂ ବର୍ତ୍ତମାନ ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଟୋକାଗଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଡି. ଭାରତୀ ଙ୍କ ପୋରୋହିତ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା, ସମ୍ମାନିତ ଅତିଥି ଭାବେ: ଶ୍ରୀ ମୋହନ ସାହୁ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ନିଳାଞ୍ଚଳ ପ୍ରଧାନ ଓ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀ ମତି ଜ୍ୟୋତ୍ସ୍ନା ରାଣୀ ନାୟକ ମଞ୍ଚାସୀନ ରହିଥିଲେ। ସିଆରସିସି ଦ୍ବିତୀକୃଷ୍ଣ ଲେଙ୍କା, ଶିକ୍ଷୟିତ୍ରୀ ମିନତୀ କୁମାରୀ ବିଷୋୟୀ, ପୂର୍ବତନ ସିଆରସିସି ମୋହନ ସାହୁ ଏବଂ ଶିକ୍ଷକ ସୁଧାଂଶୁ ଶେଖର ବେହେରା ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଗୁଣ, ଆଦର୍ଶ ତଥା କର୍ତ୍ତବ୍ୟ ଓ ଦାୟିତ୍ଵ ପରାୟଣତା ଉପରେ ମତ ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବଡ଼କୋଦଣ୍ଡା କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ସାହୁ, ସୁନୀଲ କୁମାର ପଟ୍ଟନାୟକ, ସୁଧାଂଶୁ ଶେଖର ବେହେରା, ସୌମ୍ୟ ରଞ୍ଜନ ବାରିକ, ସୁଜିତ କୁମାର ଗୌଡ଼ ଓ ଶିଶିର କାନ୍ତ ପତି ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। ପରିଶେଷରେ ଶିକ୍ଷୟତ୍ରୀ ସୁଜାତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଟୋକାଗଣ୍ଡା ବିଦ୍ୟାଳୟ ର ପାଚିକା ସହାୟିକା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons