{ ତିର୍ତ୍ତୋଲରୁ ପ୍ରସନ୍ନଜିତ ଦାସଙ୍କ ସହ ସୋନାଲି ପଣ୍ଡାଙ୍କ ରିପୋର୍ଟ } : ତିର୍ତ୍ତୋଲ ଥାନା ଅଧୀନ ପୋସଳ ଗ୍ରାମର ଅନିଲ କୁମାର ବେହେରାଙ୍କ ଲିଖିତ ଅଭିଯୋଗ ଆଧାରରେ ୧୭ ଅଗଷ୍ଟ ୨୦୨୬ରେ ତିର୍ତ୍ତୋଲ ଥାନାରେ ଏକ ସଞ୍ଜ୍ଞେୟ ମାମଲା ରୁଜୁ ହୋଇଛି। ଏନେଇ ତିର୍ତ୍ତୋଲ ଥାନା କେସ୍ ନଂ-୩୮୧, ତାରିଖ ୧୭.୦୮.୨୦୨୬, ଧାରା-୩୦୩(୨) BNS ଅନୁଯାୟୀ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା।ମାମଲାର ତଦନ୍ତ ସମୟରେ ପୁଲିସ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୁଜଙ୍ଗ ଥାନା ଅଧୀନ ଦୁଆଲିଆ ବାଲିସାହିର ଛବୀନ୍ଦ୍ର ତରାଇ (୪୩) ଏବଂ କୁଜଙ୍ଗ ଥାନା ଅଧୀନ ଗୋପିଆକୁଦା ଗ୍ରାମର ଚିନ୍ମୟ କୁମାର ପଣ୍ଡା (୩୦)। ଉଭୟଙ୍କୁ ପୁଲିସ ହେପାଜତରେ ନେଇ ମାମଲା ସମ୍ପର୍କରେ ପଚରାଉଚରା କରିଥିଲା।ତଦନ୍ତ ବେଳେ ପୁଲିସ ଦୁଇଟି ମୋଟରସାଇକେଲ ମଧ୍ୟ ଜବତ କରିଛି। ଜବତ ହୋଇଥିବା ଗାଡ଼ି ମଧ୍ୟରେ TVS Raider, ଯାହାର ରେଜିଷ୍ଟ୍ରେସନ ନଂ-OD21S8378, ଏବଂ ଅନ୍ୟଟି ନମ୍ବରବିହୀନ Hero Honda Splendor+ ରହିଛି। ଜବତ ଗାଡ଼ିଗୁଡ଼ିକ ସମ୍ପର୍କରେ ମଧ୍ୟ ପୁଲିସ ପକ୍ଷରୁ ଆବଶ୍ୟକ ଯାଞ୍ଚ କରାଯାଉଛି।ଗିରଫ ହୋଇଥିବା ଉଭୟ ଅଭିଯୁକ୍ତଙ୍କୁ ତିର୍ତ୍ତୋଲ ପୁଲିସ ପକ୍ଷରୁ ଆଇନାନୁଯାୟୀ ମାନ୍ୟବର ଅଦାଲତରେ ହାଜର କରାଯାଇଛି। ତେବେ ଘଟଣାରେ ଆଉ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ ଏବଂ ଜବତ ବାଇକ୍ଗୁଡ଼ିକର ଅନ୍ୟ କୌଣସି ମାମଲା ସହ ସମ୍ପର୍କ ଅଛି କି ନାହିଁ, ସେନେଇ ତିର୍ତ୍ତୋଲ ପୁଲିସର ତଦନ୍ତ ଜାରି ରହିଛି।


Comments are closed, but trackbacks and pingbacks are open.