{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ଏକ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଳା ଓ ବିଜ୍ଞାନ ବିଭାଗର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ବରିଷ୍ଠ ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ସ୍ୱାଗତ ଜଣାଇଥିଲେ।ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋଦାବରୀ ଜେନା, ଶିକ୍ଷା ବିଭାଗର ଅଧ୍ୟାପକ ଡ଼. ନାଗେଶ୍ୱର ରାଓ, ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ଦୁର୍ଗା ପ୍ରସାଦ ପଟ୍ଟନାୟକ, ଇତିହାସ ବିଭାଗର ଅଧ୍ୟାପିକା ଶ୍ରୀମତୀ ସୁନିତା ବେହେରା, କେମିଷ୍ଟ୍ରି ବିଭାଗର ଅଧ୍ୟାପିକା ଶ୍ରୀମତୀ ମନସ୍ମିତା ପାଢ଼ୀ, ବଟଣି ବିଭାଗର ଅଧ୍ୟାପିକା ସୁଶ୍ରୀ ସ୍ନେହା ସାମଳ, ଶିକ୍ଷା ବିଭାଗର ଡେମନଷ୍ଟ୍ରେଟର ଶ୍ରୀ ନିର୍ମଳ ଚନ୍ଦ୍ର ଭୂୟାଁ ଏବଂ କ୍ରୀଡ଼ା ଶିକ୍ଷକ ଶ୍ରୀ ସୁରେଶ ଚନ୍ଦ୍ର ମଲ୍ଲିକ ଯୋଗଦେଇ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ।ଏହି ସମୟରେ ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ନିୟମିତ ଭାବେ ପାଠପଢ଼ାରେ ମନୋନିବେଶ କରିବା, ଶୃଙ୍ଖଳା ପାଳନ କରିବା ଏବଂ ନିଜର ଜ୍ଞାନ ଓ ପ୍ରତିଭାର ବିକାଶ କରି ମହାବିଦ୍ୟାଳୟର ସୁନାମ ଅର୍ଜନ କରିବା ପାଇଁ ଉପଦେଶ ଦେଇଥିଲେ।କାର୍ଯ୍ୟକ୍ରମରେ ନୂତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା।


Comments are closed, but trackbacks and pingbacks are open.