ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

Get real time updates directly on you device, subscribe now.

{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ } : ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ପୁଣିଥରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ୨ଜଣ ମାଫିଆ ଭଞ୍ଜନଗର ପୋଲିସ ହାବୁଡ଼ରେ ପଡିଛନ୍ତି। ପ୍ରତିଦିନ କନ୍ଧମାଳ ଜିଲ୍ଲାରୁ ବିଭିନ୍ନ ଉପାୟରେ ଚୋରା ଗଞ୍ଜେଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରାଯାଉଛି। ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସର କାର୍ଯ୍ୟଦକ୍ଷତା ମାଫିଆଙ୍କ ପାଇଁ କାଳ ସାଜିଛି।ଏହି ଥାନା ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ଉପରେ ଭଞ୍ଜନଗର ପୋଲିସ ତୀକ୍ଷ୍ଣ ନଜର ରଖିଛି। ବୁଧବାର ସକାଳେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ବୁଧବାର ପୋଲିସ ପକ୍ଷରୁ ସ୍ୱପ୍ନେଶ୍ୱର ଓ ସୋରାଦେବୀ ମନ୍ଦିର ଛକ ନିକଟରେ ପାଟ୍ରୋଲିଂ ଏବଂ ବ୍ଲକିଂ ଚାଲିଥିଲା। ଏହି ସମୟରେ ଏକ କଳା ଓ ଲାଲ ରଙ୍ଗର ମୋଟର ସାଇକେଲରେ ୨ଜଣ ବ୍ୟକ୍ତି ସନ୍ଦେହଜନକ ଭାବେ ଯାଉଥିବା ଦେଖି ପୋଲିସ ସେମାନଙ୍କୁ ଅଟକାଇ ଥିଲା। ଗାଡ଼ି ଯାଞ୍ଚ ବେଳେ ଏକ ସବୁଜ ରଙ୍ଗର ଜରି ବ୍ୟାଗରୁ ମୋଟ ୨୪ କେଜି ୭୯୦ ଗ୍ରାମ ଗଞ୍ଜେଇ ବାହାରିଥିଲା। ସେମାନଙ୍କ ଠାରୁ ଗଞ୍ଜେଇ ସହ ଗୋଟିଏ କଳା-ଲାଲ ରଙ୍ଗର ମୋଟର ସାଇକେଲ ନଗଦ ୧,୧୦୦ ଟଙ୍କା ଜବତ କରାଯାଇଛି।ଅଭିଯୁକ୍ତମାନେ ହେଲେ ଗ୍ରାମ: କେନ୍ଦୁପଲ୍ଲୀ, ଥାନା: ବେଗୁନିଆ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କେନ୍ଦୁପଲ୍ଲୀଗ୍ରାମର ରମେଶ କୁମାର ମହାନ୍ତି ଓ ଏହି ଥାନା କଣ୍ଟା ପଡ଼ା ଗ୍ରାମର ସତ୍ୟନାରାୟଣ ଗୁରୁ (୪୨)ବୋଲି ଜଣାପଡିଛି।ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତମାନେ ଏହି ଗଞ୍ଜେଇକୁ ଅଜଣା ଗ୍ରାହକଙ୍କୁ ବିକ୍ରି କରିବା ପାଇଁ ନେଉଥିବା ସ୍ୱୀକାର କରିଛନ୍ତି। ଏହି ମାମଲାରେ ଭଞ୍ଜନଗର ଥାନାରେ କେସ୍‌ ନମ୍ବର ୯୦୯/୨୬ ରୁଜୁ କରାଯାଇଛି। ଚଢ଼ାଉ ସମୟରେ ଅତିରିକ୍ତ ତହସିଲଦାର ଅବିନାଶ ମହାର ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିଲେ। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons