ପିଲାଙ୍କୁ ପଢ଼ାଇଲେ, ଶ୍ରମିକ ସାଜିଲେ ବିଡିଓ:ଟ୍ୱିଟର୍ରେ ମୁଖ୍ୟମନ୍ତ୍ରୀ ଜଣାଇଲେ ଧନ୍ୟବାଦ

Get real time updates directly on you device, subscribe now.

ଜଗନ୍ନାଥପ୍ରସାଦ,(ବି.ବି.ନ୍ୟୁଜ୍): ପିଲାଙ୍କୁ ସ୍କୁଲରେ ପାଠ ପଢ଼ାଇଲେ, ଆବାସ ଯୋଜନା ଦେଖିବା ସହ ମିସ୍ତ୍ରୀ ସାଜିଲେ ଜଗନ୍ନାଥପ୍ରସାଦ ବିଡିଓ ଅଶୋକ ବେହୁରିଆ । ଏହି ଘଟଣା ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇବା ପରେ ଶୁଭେଚ୍ଛାର ସୁଅ ଛୁଟିଛି । ଟ୍ୱିଟର ଓ ଫେସ୍ବୁକ୍ରେ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିଡିଓ ଅଶୋକ ବେହୁରିଆ ନିତ୍ୟାନନ୍ଦ ପଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ପିଲାମାନଙ୍କୁ ପଢ଼ାଇଥିଲେ । ସେହିପରି ଡୁଙ୍ଗାପଲ୍ଲୀ ନୋଡାଲ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିବା ଅଙ୍ଗନବାଡ଼ି କେନ୍ଦ୍ରରେ ପରିଷ୍କାର ପରିଚ୍ଛନତା ଉପରେ ବୁଝାଇଥିଲେ । ପରେ ଡୁଙ୍ଗାପଲ୍ଲୀ ଗ୍ରାମର ନଟବର ପ୍ରଧାନଙ୍କ ଘରେ ପହଞ୍ଚିଥିଲେ । ସେଠାରେ ୨୦୧୯-୨୦ ଆର୍ଥିକ ବର୍ଷରେ ନିର୍ମାଣ ହେଉଥିବା ଆବାସ ଯୋଜନାରେ ଶ୍ରମିକ ସାଜିଥିଲେ । ସାଧାରଣ ଲୋକଙ୍କ ପାଖରେ ବିଡିଓ ପହଞ୍ଚିଥିବାବେଳେ ସେମାନଙ୍କ ମନବଳ ଦୃଢ଼ ହୋଇପାରିଛି । ବିଭିନ୍ନ ସମସ୍ୟା ବିଷୟରେ ସେମାନେ ଆଲୋଚନା କରିଛନ୍ତି । ବିଡିଓଙ୍କ ଏଭଳି ମନୋଭାବ ଯୋଗୁଁ ଲୋକମାନେ ତାଙ୍କ ନିକଟତର ହୋଇ ପାରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons