ଏସ୍ଟିଏଫ୍ ପଞ୍ଝାରେ ଖଣି ମାଫିଆ ‘କାଳୁ’

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଏସ୍ଟିଏଫ୍ ସ୍କାନରରେ ଥିବା ବେଆଇନ୍ ଖଣି ମାଫିଆ କାଳୁ ଓରଫ ପ୍ରଦୀପ ବେହେରା(୨୬) ଗିରଫ ହୋଇଛି । ଗତ ରାତିରେ ଏସ୍ଟିଏଫ୍ ଟିମ୍ ଦଳେଇପୁଟ ନିକଟରେ ଥିବା ଏକ ଜଙ୍ଗଲରୁ କାଳୁକୁ ଗିରଫ କରିଛନ୍ତି । କାଳୁ ନାମରେ ଖୋର୍ଦ୍ଧା ସଦର ଥାନାରେ ବହୁ ଅପରାଧିକ ମାମଲା ରହିଛି । ଆଜି କାଳୁକୁ ଖୋର୍ଦ୍ଧା ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ଏସ୍ଟିଏଫ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କାଳୁର ଘର ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ କାଳୀକା ସାହି । ସେ ତାପଙ୍ଗ ମୁଣ୍ଡିଆରେ ବେଆଇନ୍ ଭାବେ ବ୍ଲାଷ୍ଟିଂ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା । ଜଗନ୍ନାଥଙ୍କ ସମ୍ପତ୍ତି ହରିଲୁଟ୍ କରି ଚାଲିଥିଲା । ଏସ୍ଟିଏଫ୍ ତାକୁ ଗିରଫ କରିବା ପାଇଁ ଦୀର୍ଘଦିନ ଧରି ଜାଲ ବିଛାଇଥିଲା । ହେଲେ ସେ ସବୁବେଳେ ଏସ୍ଟିଏଫ୍ ଟିମ୍କୁ ଚକ୍ମା ଦେଇ ଖସି ଯାଉଥିଲା । କାଳୁ ନାମରେ ବିଭିନ୍ନ ଅପରାଧିକ ମାମଲା ରହିଛି । ୪ ମାସ ତଳେ ଅଜୁ ପ୍ରଧାନ ନାମକ ଜଣେ ମଦ ବ୍ୟବସାୟୀଙ୍କୁ ଅପହରଣ ମାମଲାରେ କାଳୁର ସଂପୃକ୍ତି ଥିଲା । ଖୋର୍ଦ୍ଧା ସଦରଥାନରେ ମଧ୍ୟ କାଳୁ ୱାଣ୍ଟେଡ୍ ଥିଲା । କାଳୁ ଗାଁ ନିକଟସ୍ଥ ଏକ ଜଙ୍ଗଲରେ ଥିବା ଘରେ ସବୁବେଳେ ଲୁଚି ରହୁଥିଲା । ଗତକାଲି ରାତିରେ ଏସ୍ଟିଏଫ୍ ଟିମ୍ ଅତି ସତର୍କତାର ସହ ଉକ୍ତ ଘରେ ଚଢ଼ଉ କରି କାଳୁକୁ ଗିରଫ କରିବାରେ ସଫଳ ହୋଇଥିଲେ । ଏହି ବେଆଇନ ଖଣି ଖନନ ର‌୍ୟାକେଟ୍ରେ ଆହୁରି ଅନେକ ମାଫିଆ ଏବେ ଏସ୍ଟିଏଫ୍ ସ୍କାନରରେ ଥିବା ଆଇଆଇସି ଆଲୋକ ଜେନା ସୂଚନା ଦେଇଛନ୍ତି । ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons