୬ ହାଇୱା ଲୁଟେରା ଗିରଫ, ମାରଣାସ୍ତ୍ର ଜବତ

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନ୍ୟୁଜ୍): ବିଜୁ ଏକ୍ସପ୍ରେସ ୱେ କଡ଼ରେ ଟ୍ରକ ଚାଳକମାନେ ଗାଡ଼ି ଛିଡ଼ା କରି ବିଶ୍ରାମ ନେଉଥିବା ବେଳେ ସେମାନଙ୍କ ଠାରୁ ଲୁଟପାଟ କରୁଥିବା ୬ ଜଣ ହାଇୱା ଲୁଟେରାଙ୍କୁ ପୁଲିସ୍ ଗିରଫ କରିଛି । ସେମାନଙ୍କ ଠାରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ କରାଯାଇଛି । କିଛିଦିନ ହେବ ବିଜୁ ଏକ୍ସପ୍ରେସ ୱେର ରାଣୀବଗିଚା ବାଇପାସଠାରୁ ଶଙ୍କରା ବାଇପାସ ମଧ୍ୟରେ ରାସ୍ତା କଡ଼ରେ ଛିଡ଼ା ହୋଇ ରହୁଥିବା ଟ୍ରକଗୁଡ଼ିକରୁ ଲୁଟ କରୁଥିବା ଲୁଟେରାଙ୍କ ଯୋଗୁଁ ଟ୍ରକ ଚାଳକମାନେ ଆତଙ୍କିତ ଅବସ୍ଥାରେ ରହୁଥିଲେ । ଲୁଟେରା ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଲିସ ଆକ୍ସନ ମୁଡ଼କୁ ଆସିଥିଲା । ଲୁଟେରାମାନଙ୍କୁ ଧରିବା ଲାଗି ଗତକାଲି ରାତିରୁ ପୁଲିସ୍ ପକ୍ଷରୁ ଆରମ୍ଭ ହୋଇଥିଲା କଡ଼ାକଡ଼ି ପାଟ୍ରୋଲିଂ । ପୁଲିସ୍ ୬ ଜଣ ଲୁଟେରାଙ୍କୁ ଧରିବା ସହ ସେମାନଙ୍କ ଠାରୁ ଗୋଟିଏ ଭୁଜାଲି, ଦୁଇଟି ଛୁରି, ଦୁଇଟି ଲୁହା ରଡ଼ ଓ ୫ଟି କଳା ମାକ୍ସ ଜବତ କରାଯାଇଛି । ଗିରଫ ଲୁଟେରାମାନେ ହେଲେ ବନଦୁର୍ଗା ମନ୍ଦିର ପାଖରେ ରହୁଥିବା ଓମ୍ରାଜ ମହାପାତ୍ର ଓରଫ ରାଜ, ଶଙ୍କରା ପନସପଡ଼ାର ସୁରଜ ସାହୁ, ଇରିଗେସନ କଲୋନୀ ନିବାସୀ ସୁମନ ବିଶ୍ୱାଳ, ପତ୍ରାପଡ଼ାର ସିଦ୍ଧାର୍ଥ ପଣ୍ଡା, ଗୁରାବସା କୁସପଡ଼ାର ରାଜେଶ ବାଗ ଓ ବିଜୁଳିଖମନ ଗ୍ରାମର ବିଶ୍ୱଜିତ ଦେଓ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons