ଦାରିଙ୍ଗବାଡ଼ି,(ବି.ବି.ନ୍ୟୁଜ୍): ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଦାରିଙ୍ଗବାଡ଼ି ଥାନା ଅଧୀନ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଛି । ୩୮ ଲିଟର ମହୁଲି ମଦ ଜବତ କରାଯିବା ସହ ବିପୁଳ ପରିମାଣର ପୋଚ ନଷ୍ଟ କରାଯାଇଛି । ଏଥିସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି । ଅଭିଯୁକ୍ତମାନେ ହେଲେ ଡକେବାଡ଼ି ଗ୍ରାମର ରାଇନ୍ଦ୍ର ନାୟକ, କ୍ରିଷ୍ଣା ମଲିକ, ନବୀନ ପ୍ରଧାନ, ଡଲାବାଡ଼ି ଗ୍ରାମର ବିଷ୍ଣୁ ବେହେରା, ଗୁରୁସ୍ତ ପ୍ରଧାନ, ସବାଜିନି ପ୍ରଧାନ ବୋଲି ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ଧୀରେନ ବେହେରା ସୂଚନା ଦେଇଛନ୍ତି । ଚଢ଼ଉରେ ଏସ୍ଆଇ ସଞ୍ଜୟ କାଣ୍ଡି, କନ୍ଷ୍ଟେବଲ୍ ଦିଗାମ୍ବର ଦାସ, ସୁଶାନ୍ତ ମହାଙ୍କୁଡ଼, ଏସ୍କେ ସାକିର ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.