ଜିଏସ୍‌ଟି ଠକେଇ ; ଖଣି ବ୍ୟବସାୟୀ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର : ରାଜ୍ୟରେ ଏକ ବଡ଼ଧରଣର ଜିଏସ୍‌ଟି ଠକେଇ ଧରାପ଼ଡିଛି। ୧୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗରେ ଟିଟିଲାଗଡ଼ ଖଣି ବ୍ୟବସାୟୀ ତୀର୍ଥଙ୍କର ପଟେଲ ଗିରଫ ହୋଇଛନ୍ତି। ରାଜ୍ୟ ଜିଏସଟି କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ପୁଲିସ ତୀର୍ଥଙ୍କରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସାଇ ଇଣ୍ଟରନ୍ୟାସନାଲ ମାଇନ୍ସ ଓ ମିନେରାଲ୍ସର ମାଲିକ ତୀର୍ଥଙ୍କର ପଟେଲ ୧୨ କୋଟି ୮୪ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଗତ ଦୁଇ ବର୍ଷ ଧରି ରାଜ୍ୟ ବାହାର କିଛି ବ୍ୟବସାୟୀଙ୍କୁ ଜିନିଷପତ୍ର କିଣାବିକା କରିଥିବା ଦର୍ଶାଇ ତୀର୍ଥଙ୍କର ଏହି ମହାଠକେଇ କରିଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ଏଭଳି ଅସାଧୁ ବ୍ୟବସାୟୀଙ୍କ ଉପରେ ଦ୍ରବ୍ୟ ଓ ସେବାକର ବିଭାଗ ନଜର ରଖିଥିବା ଜିଏସ୍‌ଟି ଅତିରକ୍ତ କମିଶନର ମାନଭଞ୍ଜନ ଆଚାର‌୍ୟ୍ୟ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons