ଧାମନଗର,(ବି.ବି.ନ୍ୟୁଜ୍): ଚରିତ୍ର ସନ୍ଦେହ କରି ସ୍ତ୍ରୀଙ୍କୁ ହତ୍ୟା କରିଛି ସ୍ୱାମୀ । ଟାଙ୍ଗିଆରେ ଅତି ନିର୍ମମ ଭାବେ ହାଣି ହତ୍ୟା କରିବାପରେ ଅଭିଯୁକ୍ତ ସ୍ୱାମୀ ଥାନାରେ ଆତ୍ମ ସମର୍ପଣ କରିଛି । ପୁଲିସ ଆଗରେ ସ୍ତ୍ରୀର ପରକିୟା ପ୍ରୀତି ଘଟଣା ବଖାଣିବା ସହ କେମିତି ହତ୍ୟା କଲା ସେ କଥା ମଧ୍ୟ ସ୍ୱୀକାର କରିଛି । ଏହି ଘଟଣା ସମଗ୍ର ଭଦ୍ରକ ଜଲ୍ଲାରେ ଆଜି ଚର୍ଚ୍ଚାର ବିଷୟ ପାଲଟିଛି ।
ଭଦ୍ରକ ଜିଲା ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ଦାସସାହି ଗ୍ରାମରେ ଘଟିଛି ଘଟଣା । ଏହି ଗ୍ରମାର ସୁକଦେବ ଦାସଙ୍କ ପୁଅ ସଞ୍ଜୟ ଦାସ (୩୫) ୮ ବର୍ଷ ପୂର୍ବେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ସୁସୁଆ ଗାଁର ରବୀନ୍ଦ୍ର ମହାଳିକଙ୍କ ଝିଅ ରଶ୍ମିତା (୨୮)ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ସେମାନଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ହେଲେ ରଶ୍ମିତାର ଚରିତ୍ରକୁ ଅଧିକାଂଶ ସମୟରେ ସଞ୍ଜୟ ସନ୍ଦେହ ଚକ୍ଷୁରେ ଦେଖୁଥିଲେ । ରଶ୍ମିିତା ସହିତ ଅନ୍ୟ ଜଣେ ଯୁବକଙ୍କ ଦୈହିକ ସମ୍ପର୍କ ଥିବା ସନ୍ଦେହ କରୁଥିଲେ । ଏଥି ପାଇଁ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ ପାଟିତୁଣ୍ଡ ହେଉଥିଲା । ରଶ୍ମିତାଙ୍କୁ ସଞ୍ଜୟ ମଧ୍ୟ ମାଡ଼ ମାରୁଥିଲେ । ଏପରିକି ଉଭୟ ସ୍ୱାମୀ-ସ୍ତ୍ରୀ ଅଧିକାଂଶ ସମୟରେ ଅଲଗା ରହୁଥିଲେ । ଗତକାଲି ରାତିରେ ଏହି ଘଟଣାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଥା କଟାକଟି ହେଲା । ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ କ୍ରେଦ୍ଧିତ ସଞ୍ଜୟ ଆଜି ଭୋରୁ ରଶ୍ମିତାର ମୁଣ୍ଡକୁ ଏକ ଧାରୁଆ ଟାଙ୍ଗିଆରେ ଅତି ନିର୍ମମ ଭାବେ ଚୋଟ ଉପରେ ଚୋଟ ମାରିଥିଲା । ରଶ୍ମିତାର ମୃତ୍ୟୁ ପରେ ସଞ୍ଜୟ ଧୁଷୁରୀ ଥାନାରେ ପହଞ୍ଚିି ଆତ୍ମସମର୍ପଣ କରିଥିଲା । ଅପରପକ୍ଷେ ରକ୍ତ ଜୁଡୁବୁଡ଼ ଅବସ୍ଥାରେ ରଶ୍ମିତାଙ୍କୁ ତାର ଶାଶୂଘର ଲୋକ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସଂପର୍କରେ ମୃତ ରଶ୍ମିତାର ବାପା ରବୀନ୍ଦ୍ର ମହାଳିକ ତାଙ୍କ ଝିଅକୁ ଅଧିକ ଯୌତୁକ ଦାବି କରି ସଞ୍ଜୟ ହତ୍ୟା କରିଥିବା ଧୁଷୁରୀ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଥାନାରେ କେଶ ନଂ-୧୪୭/୧୯ରେ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରିଛି । ଅଭିଯୁକ୍ତ ସଞ୍ଜୟକୁ ଧୁଷୁରୀ ଥାନା ଏସଆଇ ତଥା ଘଟଣାର ତଦନ୍ତକାରି ଅଫିସର ବିଭୁତି ଭୂଷଣ ସ୍ୱାଇଁ ହତ୍ୟାକାଣ୍ଡ ଘଟିଥିବା ସ୍ଥାନକୁ ଆଣି ପଚରା ଉଚରା କରିଛନ୍ତି । ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ମଧ୍ୟ ପୁଲିସ ଜବତ କରିଛି । ଏଥିସହ ଭଦ୍ରକରୁ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିଛି ।


Comments are closed, but trackbacks and pingbacks are open.