ବନ୍ୟାରେ ଭାସି ଯାଇ ୨ ମୃତ

Get real time updates directly on you device, subscribe now.

ମ.ରାମପୁର,(ବି.ବି.ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଞ୍ଚଳରେ ବନ୍ୟା ଜଳରେ ଭାସିଯାଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇବ୍ୟକ୍ତି ହେଲେ ଦେଢ଼ଶୁଳୀ ପଞ୍ଚାୟତ ଟ୍ରାସୁପଡ଼ା ଗାଁର ଉଛେନ୍ଦ୍ର ମାଝୀ(୬୦) ଏବଂ ଉର୍ଲାଦାନୀ ପଞ୍ଚାୟତ କୁରୁପଦର ଗାଁର ଜୟ ପାତ୍ର(୩୩) । ଟ୍ରାସୁପଡ଼ା ଗାଁର ଉଛେନ୍ଦ୍ର ଅନ୍ୟ ଦୁଇଜଣଙ୍କ ସହ ନିଜ ବାଇକ୍ରେ ବୁଧବାର ବାଲିଗୁଡ଼ାରୁ ଫେରୁଥିବାବେଳେ ମୋହନଗିରିରୁ ୩ କିମି ଦୂର ତାଲିଫୁସିଙ୍ଗ ରପ୍ଟାରେ ଭାସି ଯାଇଥିଲେ । ଅନ୍ୟ ଦୁଇଜଣ ପହଁରୀ ପହଁରୀ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ । ମାତ୍ର ଉଛେନ୍ଦ୍ର ପାଣିରୁ ବାହାରି ପାରି ନଥିଲେ । ସେହିଦିନ ଉଛେନ୍ଦ୍ରଙ୍କୁ ବହୁ ଖୋଜାଖୋଜି କରାଯାଇଥିଲା । ହେଲେ କଛି ସୁଫଳ ମିଳି ନଥିଲା । ଗୁରୁବାର ରପ୍ଟାରୁ ପ୍ରାୟ ଅଧ କିଲୋମିଟର ଦୂର କନ୍ଧମାଳ ଜିଲ୍ଲା ଦଗାବାଜୁ ନିକଟରେ ଏକ ବିଶାଳକାୟ ଗଛ ଗଣ୍ଡିରେ ତାଙ୍କ ଶବ ଫସି ରହିଥିବା ଠାବ କରାଯାଇଥିଲା ।
ସେହିପରି କୁରୁପଦର ଗାଁର ଜୟ ନିକଟସ୍ଥ ଜଙ୍ଗଲକୁ ବୁଧବାର ଦିନ ଗାଈ ଚରେଇ ଯାଇଥିଲେ । ନଦୀ ଆପଟୁ ଗାଈ ନେଇ ଫେରୁଥିବାବେଳେ ଉତେଇ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ପରିବାର ଲୋକେ ଗାଈ ଫେରିଥିଲେ ହେଁ ଜୟ ଫେରି ନଥିବାରୁ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ । ଗୁରୁବାର ସନ୍ଧ୍ୟାରେ ଉକ୍ତ ଯୁବକର ଶବ କୁରୁପଦର ଧୋବାମୁଣ୍ଡା ଘାଟରୁ ୩୦୦ ମିଟର ଦୂରରେ ଗଛରେ ଲଟକି ରହିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ପରେ ପରିବାର ଲୋକଙ୍କୁ ଖବର ଦେଇ ଶବ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons