ନଦୀ ପଠାରୁ ଶିଶୁକନ୍ୟାର ଶବ ଉଦ୍ଧାର

Get real time updates directly on you device, subscribe now.

ସିନାପାଲି,(ବି.ବି.ନ୍ୟୁଜ୍): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଉଦନ୍ତୀ ପଠା ପମ୍ପ ହାଉସ ନିକଟରେ ଆଜି ଏକ ନବଜାତକ ଶିଶୁକନ୍ୟାର ଶବ ଉଦ୍ଧାର କରାଯାଇଛି । ଶିଶୁକନ୍ୟାକୁ ଅଲୋଡ଼ା ଭାବି କିମ୍ବା କୁମାରୀ ମାତୃତ୍ୱର ଲୋକଲଜ୍ଜ୍ୟା ଭୟରେ ଶିଶୁକନ୍ୟାକୁ ଏଠାରେ ଫୋଫାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି । ତେବେ ଶିଶୁକୁ ଜୀବିତ ଅବସ୍ଥାରେ ଫୋପଡ଼ା ଯାଇଛି କି ମୃତ ଅବସ୍ଥାରେ ତାହା ସନ୍ଦେହ ଘେରରେ । ନଦୀ ପଠାରେ ଏକ ଶିଶୁକନ୍ୟାର ଶବ ପଡ଼ିଥିବା ଦେଖି ଆଜି ସକାଳେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଗତକାଲି ସନ୍ଧ୍ୟାରେ ବି କିଛିଲୋକ ଶିଶୁଟିର ଶବ ଦେଖିଥିଲେ । କିନ୍ତୁ ଭୟରେ କାହାକୁ କିଛି କହି ନଥିଲେ । ଏପର୍ଯ୍ୟନ୍ତ ଶିଶୁର ପରିଚୟ ମିଳିନାହିଁ । ପିଲାଟି ଦିନେ ଦୁଇଦିନ ପୂର୍ବରୁ ଜନ୍ମ ନେଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ପୁଲିସ ଆଜି ଶବ ଜବତ କରି ବ୍ୟବଚ୍ଛେଦ ଲାଗି ନୂଆପଡ଼ା ଡାକ୍ତରଖାନକୁ ପଠାଇ ଦେଇଛି । ୭୨ ଘଣ୍ଟା ପର୍ଯ୍ୟନ୍ତ ରଖାଗଲା ପରେ କୌଣସି ପରିଚୟ ନ ମିଳିଲେ ପୁଲିସ ଶବ ସଂସ୍କାର କରିବ ବୋଲି ସିନାପାଲି ଏସ୍ଆଇ ସାଲଖାନ ମୁର୍ମୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons