କୋରାପୁଟର ଗର୍ବ :ରାଇମତିଙ୍କୁ ‘ଜିନ୍ ସୁରକ୍ଷା’ ସମ୍ମାନ

Get real time updates directly on you device, subscribe now.

ଜୟପୁର,(ବି.ବି.ନ୍ୟୁଜ୍): ପଦ୍ମଶ୍ରୀ କମଳା ପୁଜାରୀଙ୍କ ପରେ ଆଉ ଜଣେ ଆଦିବାସୀ ମହିଳା କୋରାପୁଟର ଟେକ ରଖିଛନ୍ତି । ସେ ହେଉଛନ୍ତି କୁନ୍ଦୁରା ବ୍ଲକ ଲିମା ପଞ୍ଚାୟତ ନୂଆଗୁଡାର ରାଇମତି ଘିଉରିଆ(୩୮) । ଚେନ୍ନାଇଠାରେ ଭାରତ ସରକାରଙ୍କ ଉଦ୍ଭିଦ କିସମର ସୁରକ୍ଷା ଓ ଚାଷୀଙ୍କ ଅଧିକାର କର୍ତ୍ତୃପକ୍ଷ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି ପୁରସ୍କାର ପାଇବାରେ ସମଗ୍ର ଦେଶରେ ୩ ଜଣଙ୍କ ମଧ୍ୟରେ ଅଛନ୍ତି ରାଇମତି । ରାଇମତି ହେଉଛନ୍ତି ଭୂମିଆ ସଂପ୍ରଦାୟର ଜଣେ ମହିଳା । ସେ ଛୋଟ ବୟସରୁ ସ୍ୱାମୀନାଥନ ପ୍ରତିଷ୍ଠାନ ସହ ଜଡିତ ହୋଇ କୃଷି, ସାମାଜିକ ବ୍ୟବସ୍ଥା, ଜୀବନ-ଜୀବିକାର ଉନ୍ନତି, ଜୈବ ବିବିଧତା ସଂରକ୍ଷଣ ଏବଂ ମହିଳା ସଶକ୍ତିକରଣ ପରି କାମରେ ଲାଗି ପଡିଛନ୍ତି । ପଞ୍ଚବଟୀ ଗ୍ରାମ ଉନ୍ନୟନ ସମିତି ସହ ରାଇମତି ମିଶି ୫୦ରୁ ଅଧିକ କିସମର ଦେଶୀ ଧାନ, ୧୨ ପ୍ରକାର ମାଣ୍ଡିଆ ଏବଂ ଅନ୍ୟ ଶସ୍ୟ ସଂରକ୍ଷଣ କରିଛନ୍ତି । ଏମ୍. ଏସ୍ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନର ୩୦ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟ କାର୍ଯ୍ୟାଳୟ ଚେନ୍ନାଇରେ ଗୁରୁବାର ଆୟୋଜିତ ସମ୍ମିଳନୀରେ କେରଳର ଦୁଇ ଚାଷୀଙ୍କ ସହ ରାଇମତିଙ୍କୁ ଏହି ସମ୍ମାନ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons