ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କ ପରଲୋକ

Get real time updates directly on you device, subscribe now.

ବରଗଡ଼,(ବି.ବି.ନ୍ୟୁଜ୍): ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କର ଆଜି ପରଲୋକ ହୋଇଯାଇଛି । ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ସେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ୧୯୪୨ ଭାରତ ଛାଡ଼ ଆନ୍ଦୋଳନରେ ଝାସ ଦେଇ କାରାବରଣ କରିଥିଲେ । ପାଣିମୋରାର ୩୨ ଜଣ ଗାନ୍ଧିଜୀଙ୍କ ଡାକରାରେ ଇଂରେଜଙ୍କ ସମ୍ମୁଖକୁ ଧାଇଁ ଯାଇଥିବା ବେଳେ ସର୍ବକନିଷ୍ଠ ସଂଗ୍ରାମୀ ଥିଲେ ଦୟାନିଧି ନାୟକ । ଦୟାନିଧିଙ୍କ ବିୟୋଗରେ ପାଣିମୋରାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ତାଙ୍କ ଘରକୁ ଅନେକ ମନ୍ତ୍ରୀ, ନେତା ଓ ବିଶିଷ୍ଟ ବ୍ୟକ୍ତି ଯାଇ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ରାମଧୁନ ଗାନରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଗାଁ ଛକରେ ଥିବା ସ୍ୱାଧୀନତା ସଂଗ୍ରାମୀ ସ୍ମୃତିପୀଠକୁ ଅଣାଯାଇଥିଲା । ପରେ ମରଶରୀରରକୁ ଅନ୍ତ୍ୟେଷ୍ଟି ପାଇଁ ତାଙ୍କ ନିଜସ୍ୱ ଖଳାକୁ ନିଆଯାଇଥିଲା । ସେଠାରେ ପୁଲିସ ପ୍ରଶାସନ ତରଫରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଶେଷରେ ବହୁ ଲୋକଙ୍କ ଉପସ୍ଥିତିରେ କାଷ୍ଠ ଅର୍ପଣ କରାଯାଇଥିବା ବେଳେ ନାତି କମ୍ବୁ ନାୟକ ମୁଖାଗ୍ନି ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons