ସାପ କାମୁଡ଼ାରେ ମହିଳା ମୃତ

Get real time updates directly on you device, subscribe now.

ଭଞ୍ଜନଗର,(ବି.ବି.ନ୍ୟୁଜ୍): ସାପ କାମୁଡ଼ାରେ ଶୁକ୍ରବାର ରାତିରେ ତାରାସିଂ ଥାନା ଅନ୍ତର୍ଗତ ଝାଲିଆଗୋଛା ଗ୍ରାମର ପ୍ରମିଳା ଗୌଡ଼(୫୫)ଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାରାସିଂ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରଥିବା ଗାଲେରୀ ଫାଣ୍ଡି ଅଧିକାରୀ ଅଶୋକ ତ୍ରିପାଠୀ କହିଛନ୍ତି । ମିଳିଥିବା ସୂଚନା ପ୍ରକାରେ ପ୍ରମିଳା ଗୌଡ଼ ଶୁକ୍ରବାର ରାତିରେ ଖାଇପିଇ ଶୋଇବାକୁ ଗଲା ବେଳେ ଘର କାନ୍ଥରେ ଥିବା ଏକ ଗାତରୁ ମୂଷାଟିଏ ଦୌଡ଼ି ପଳାଇବା ଦେଖିଥିଲେ । ମୂଷା ଗାତରେ ସେ ଏକ ଇଟା ଖଣ୍ଡ ନେଇ ଭର୍ତ୍ତି କରିବା ସମୟରେ ଗାତ ଭିତରେ ଥିବା ନାଗସାପ କାମୁଡ଼ି ଦେଇଥିଲା । ମହିଳା ଜଣକ ଚିକ୍ରାର କରି ଥିବା ବେଳେ ଗାତରୁ ସାପଟି ବାହାରି ଯାଇଥିଲା । ପରିବାର ଲୋକ ପ୍ରମିଳାଙ୍କୁ ତୁରନ୍ତ ଭଞ୍ଜନଗର ଡାକ୍ତରଖାନା ନେଇଥିଲେ । ବିଳମ୍ବିିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons