ଗୋପବନ୍ଧୁ ନଗର,(ବି.ବି.ନ୍ୟୁଜ୍): ଖୁଣ୍ଟା ଥାନା ଅନ୍ତର୍ଗତ ଗୋପବନ୍ଧ ନଗର ବ୍ଲକ୍ର କୁଆମରା ଫାଣ୍ଡି ଅଧିନରେ ଥିବା ଆପରପଟା ପଞ୍ଚାୟତର ପରିଚିପୁର ଗ୍ରାମର ଦେଢ଼ ବର୍ଷର ଶିଶୁ କନ୍ୟା ଗାଡ଼ିଆରେ ବୁଡ଼ି ମୃତ ହୋଇଛି । ମୃତ ଶିଶୁ ହେଲେ ଶମ୍ବୁ ସିଂଙ୍କ କନ୍ୟା ଜ୍ୟୋସ୍ନା ସିଂ । ମିଳିଥିବା ସୂଚନା ଅନୁଯାୟୀ, ମାଆ ମିନା ସିଂ ପିଠା ପାଇଁ ଚାଉଳ ଚୂନା କୁଟୁଥିଲା ବେଳେ ତାଙ୍କ ଶିଶୁ କନ୍ୟାଟି ପଡ଼ୋଶୀଙ୍କ ଘରକୁ ଯାଇଥିଲେ । ସେଠାରେ ସେ ଏକ ଗାଡ଼ିଆରେ ପଡ଼ିଯାଇଥିଲେ । ବହୁ ସମୟ ପରେ ଶିଶୁଙ୍କୁ ନପାଇବା ପରେ ଘର ଲୋକ ଖୋଜାଖୋଜି ଆରମ୍ଭ କରିଦେଇଥିଲେ । ପରେ ଶିଶୁଟି ପଡ଼ୋଶୀଙ୍କ ଗାଡ଼ିଆରେ ପଡ଼ିଥିବା ଘର ଲୋକ ଦେଖିଥିଲେ । ଏହାପରେ ତାଙ୍କୁ କୁଆମରା ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ କୁଆମରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶିଶୁର ଶବକୁ ବ୍ୟବଚ୍ଛେଦ ପାଇଁ ଉଦଳା ଡାକ୍ତରଖାନାକୁ ପଠାଇଥିଲା । ଜ୍ୟୋସ୍ନା ବାପାମାଆଙ୍କ ଏକମାତ୍ର ସନ୍ତାନ ଥିଲେ । ତାଙ୍କ ମୃତ୍ୟୁରେ ପରିବାର ସମେତ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
Comments are closed, but trackbacks and pingbacks are open.